ଦୁଗ୍ଧ ସଂଗ୍ରହ ଓ ଗୁଣବତ୍ତାରେ ଦେଶର ନମ୍ବର–୧ OMFED

37

ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ‘Indian Dairy Expo 2026’ ରେ ‘Excellence in Milk Procurement & Dairy Development’ ପାଇଁ OMFED କୁ ମିଳିଲା ସର୍ବୋଚ୍ଚ ପ୍ରଥମ ପୁରସ୍କାର। ଖାଣ୍ଟି ଶୁଦ୍ଧତା, ସ୍ୱାଦ ଓ ଗୁଣବତ୍ତା ଯୋଗୁଁ ଆଜି ସାରା ଦେଶରେ Omfed ର ପ୍ରଶଂସା। ଏନ୍ଏନ୍ଏସ୍ ମିଡିଆ ଗ୍ରୁପ୍ ପକ୍ଷରୁ ଗତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ବିଶାଳ ପ୍ରଦର୍ଶନୀର ଆୟୋଜନରେ ‘ଇଣ୍ଡିଆନ୍ ଡେରୀ ଇଣ୍ଡଷ୍ଟ୍ରି ଆଣ୍ଡ୍ ଫିସରିଜ୍ ଏକ୍ସପୋ’, ‘ଇଣ୍ଟର୍ନ୍ୟାସ୍ନାଲ ଏଗ୍ରିକଲଚର, ହର୍ଟି ଆଣ୍ଡ୍ ଅର୍ଗାନିକ ଏକ୍ସପୋ’ ଏବଂ ‘ଗଭର୍ଣ୍ଣମେଣ୍ଟ ଆଚିଭ୍‌ମେଣ୍ଟସ ଆଣ୍ଡ୍ ସ୍କିମ୍ସ ଏକ୍ସପୋ’ ସାମିଲ ହୋଇଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶହ ଶହ ସରକାରୀ, ବେସରକାରୀ, ଘରୋଇ ଏବଂ ସମବାୟ ସଂସ୍ଥା ଏହି କାର୍ଯ୍ୟକ୍ରମରେ ନିଜ ନିଜର ଷ୍ଟଲ୍ ପକାଇଥିବା ବେଳେ ଓଡ଼ିଶାରୁ ଓମ୍‌ଫେଡ୍ ପକ୍ଷରୁ ଏକ ବିଶେଷ ଷ୍ଟଲ୍ ଖୋଲାଯାଇଥିଲା । ଏହି ଷ୍ଟଲ୍‌ରେ ଓମ୍‌ଫେଡ୍‌ର ବିଭିନ୍ନ ଲୋକପ୍ରିୟ ଜିନିଷ ଯେପରିକି: ଓମ୍‌ଫେଡ୍ ଶୁଦ୍ଧ ଘିଅ ଏବଂ ପ୍ରିମିୟମ୍ A2 ଘିଅ, ପୋଷକତତ୍ତ୍ୱରେ ଭରପୂର A2 କ୍ଷୀର, ବିଭିନ୍ନ ଫ୍ଲେଭରର ଟେଟ୍ରା ପ୍ୟାକ୍ ଲସି, ସୁସ୍ୱାଦୁ ଫ୍ଲେଭର ମିଲ୍କ ଓ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ପ୍ରଦର୍ଶିତ ଓ ବିକ୍ରୟ କରାଯାଇଥିଲା। ଏହି ଷ୍ଟଲ୍ଟିକୁ ଓମ୍‌ଫେଡ୍ ପକ୍ଷରୁ ‘ଟି ଏସ୍ ଡି ଏଣ୍ଟରପ୍ରାଇଜେସ୍’ ପରିଚାଳନା କରିଥିଲା । ଦୁଗ୍ଧ ସଂଗ୍ରହ ପ୍ରକ୍ରିୟା, ବିକାଶମୂଳକ ପଦକ୍ଷେପ, ଉତ୍ପାଦର ଶୁଦ୍ଧତା, ଗୁଣବତ୍ତା ଏବଂ ଆକର୍ଷଣୀୟ ସ୍ୱାଦ ପାଇଁ ଓମ୍‌ଫେଡ୍କୁ ସାରା ଦେଶରେ ଶ୍ରେଷ୍ଠ ବିବେଚିତ କରାଯାଇ ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି ଏବଂ ଓମ୍‌ଫେଡ୍ ର ପ୍ରତିନିଧି ତଥା ‘ଟି ଏସ୍ ଡି ଏଣ୍ଟରପ୍ରାଇଜେସ୍’ର ପରିଚାଳିକା ସ୍ନେହା ସୁନ୍ଦରାୟ ଏହି ପ୍ରତିଷ୍ଠିତ ପୁରସ୍କାର ଗ୍ରହଣ କରିଛନ୍ତି ।

Comments are closed, but trackbacks and pingbacks are open.