ବାପାଙ୍କୁ ପଥରରେ ଛେଚି ହତ୍ୟାକଲା ପୁଅ

26

ଭୁବନେଶ୍ୱର: ନିଶା ସେବନକୁ କେନ୍ଦ୍ର କରି ଉଜୁଡ଼ିଯାଇଛି ଏକ ସୁନ୍ଦର ପରିବାର। ବାପା-ପୁଅଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳହ ଶେଷରେ ରକ୍ତାକ୍ତ ରୂପ ନେଇଛି। ରାଗରେ ନିଜ ନିୟନ୍ତ୍ରଣ ହରାଇ ବାପାକୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରିଛି ପୁଅ। ଆଜି (ମଙ୍ଗଳବାର) ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମଞ୍ଚନାଥ ବିହାରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଏସ୍. ଦୁର୍ଯ୍ୟୋଧନ (୫୦)। ଅଭିଯୁକ୍ତ ପୁଅ ଏସ୍. ଦେବରାଜ (୨୫)କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିଶା ସେବନକୁ ବାରଣ କରିବାରୁ ଏକମାତ୍ର ପୁଅ ଦେବରାଜ ଏହି କାଣ୍ଡ ଘଟାଇଛି। ବିଡ଼ିରେ ନିଶା ଔଷଧ ଭର୍ତ୍ତି କରି ସେବନ କରିବା ସମୟରେ ବାପା ଦୁର୍ଯ୍ୟୋଧନ ଏହାକୁ ବାରଣ କରିଥିଲେ, ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦେବରାଜ ନିକଟରେ ଥିବା ଏକ ପଥରରେ ବାପାଙ୍କ ମୁଣ୍ଡକୁ ଛେଚି ଦେଇଥିଲା।

Comments are closed, but trackbacks and pingbacks are open.