ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ଲୋକସଭାରେ ଆଗତ ହେଲା କଠୋର ବିଲ୍‌

34

ନୂଆଦିଲ୍ଲୀ: ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ରୋକିବା ପାଇଁ ସଂସଦରେ ବିଲ୍‌ ଆଗତ ହୋଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ‘ସାର୍ବଜନୀନ ପରୀକ୍ଷା (ସଂଶୋଧନ) ବିଲ୍‌-୨୦୨୬’ ଆଗତ କରିଛନ୍ତି। ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍‌ଟି ଆଗତ ହୋଇଥିବା ବେଳେ, ବିଲ୍‌ ଉପରେ ଚର୍ଚ୍ଚାରେ ଭାଗ ନେବାକୁ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ଅପିଲ୍‌ କରିଛନ୍ତି। ତେବେ ଗୃହରେ ହଟ୍ଟଗୋଳ ନ ଥମିବାରୁ ଅପରାହ୍ନ ୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଏହି ନୂଆ ବିଲ୍‌ ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଦୋଷୀ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଭୋଗିବାକୁ ପଡ଼ିବ। ଏହା ସହିତ ପରୀକ୍ଷା ପରିଚାଳନାରେ ହୋଇଥିବା କ୍ଷତି ଅର୍ଥ ମଧ୍ୟ ଦୋଷୀଙ୍କଠାରୁ ଆଦାୟ କରାଯିବ। ମାମଲାର ଶୀଘ୍ର ନିଷ୍ପତ୍ତି ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର କରାଯିବ ଏବଂ ରାୟ ବିରୋଧରେ କରାଯାଉଥିବା ଆବେଦନର ଶୁଣାଣି ମଧ୍ୟ ୩ ମାସ ମଧ୍ୟରେ ଶେଷ କରାଯିବ, ଯାହାଦ୍ୱାରା ମାମଲା ଦୀର୍ଘଦିନ ଧରି ପଡ଼ି ରହିବ ନାହିଁ।

Comments are closed, but trackbacks and pingbacks are open.