ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସପାଲ

34

ଭୁବନେଶ୍ବର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ ଭାରପ୍ରାପ୍ତ ପ୍ରିନ୍ସପାଲ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସପାଲ ସୀତାକାନ୍ତ ରଣାଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ସୂଚନା ଅନୁଯାୟୀ, ବିଦ୍ୟାଳୟର ସଫେଇ ଓ ପରିଷ୍କାର-ପରିଚ୍ଛନ୍ନତା ଦାୟିତ୍ୱରେ ଥିବା ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩ ମାସର ବକେୟା ବିଲ୍ ପାସ୍ କରାଇଦେବା ପାଇଁ ପ୍ରିନ୍ସପାଲ ସୀତାକାନ୍ତ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ବାରମ୍ବାର ଅନୁରୋଧ କରିଥିଲେ ବି ଟଙ୍କା ନଦେଲେ ବିଲ୍ ଅଟକାଇ ରଖିବାକୁ ଚାପ ପକାଉଥିଲେ। ଏଥିରେ ଅତିଷ୍ଠ ହୋଇ SHGର ସଦସ୍ୟାମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଫାନ୍ଦ ବିଛାଯାଇଥିଲା। ଆଜି ପ୍ରିନ୍ସପାଲ ସୀତାକାନ୍ତ ଉକ୍ତ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍‌ହାଣ୍ଡେଡ୍‌ ଧରିବାରେ ସଫଳ ହୋଇଛି।

Comments are closed, but trackbacks and pingbacks are open.