ସଫଳ ହେଲା ମାଲକାନଗିରିର ବିମାନ ଟ୍ରାଏଲ ରନ୍

30

ମାଲକାନଗିରି: ମାଲକାନଗିରି ବିମାନବନ୍ଦରରେ ଆଜି ସଫଳତାର ସହ ଟ୍ରାଏଲ ରନ୍ ସମ୍ପନ୍ନ ହୋଇଛି। ଟ୍ରାଏଲ ରନ୍ ସମୟରେ IndiaOne Airର ଏକ ୯ ଆସନ ବିଶିଷ୍ଟ ବିମାନ ସୁରକ୍ଷିତ ଭାବେ ମାଲକାନଗିରି ବିମାନବନ୍ଦରରେ ଅବତରଣ କରିଥିଲା। ବିମାନ ଅବତରଣ ପରେ ପ୍ରଶାସନ ପକ୍ଷରୁ ପାରମ୍ପରିକ ୱାଟର କ୍ୟାନନ୍ ସାଲ୍ୟୁଟ୍ ମାଧ୍ୟମରେ ବିମାନକୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ, ବିମାନବନ୍ଦର କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଓ IndiaOne Airର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଟ୍ରାଏଲ ରନ୍ ପରେ ବିମାନର ପାଇଲଟ୍ କହିଛନ୍ତି ଯେ, ରନୱେର ସ୍ଥିତି, ଅବତରଣ ବ୍ୟବସ୍ଥା, ସୁରକ୍ଷା ମାନଦଣ୍ଡ ଏବଂ ବିମାନବନ୍ଦରର ଅନ୍ୟାନ୍ୟ ସୁବିଧାର ଯାଞ୍ଚ କରାଯିବ। ଏହାପରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ଦିଆଯିବ। ପ୍ରାରମ୍ଭିକ ମୂଲ୍ୟାଙ୍କନରେ ବିମାନବନ୍ଦରର ଭିତ୍ତିଭୂମି ଓ ପରିଚାଳନା ବ୍ୟବସ୍ଥା ସନ୍ତୋଷଜନକ ଥିବା ଜଣାପଡ଼ିଛି। ତେବେ ସମସ୍ତ ନିୟାମକ ପ୍ରକ୍ରିୟା ଶେଷ ହେବା ସହ ଚୂଡ଼ାନ୍ତ ଅନୁମୋଦନ ମିଳିବା ପରେ ହିଁ ନିୟମିତ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବ।

Comments are closed, but trackbacks and pingbacks are open.