‘ପୂର୍ବଜନ୍ମରେ ମୁଁ ଓଡ଼ିଆ ଥିଲି’: ରଥଯାତ୍ରାରେ ସାମିଲ ହୋଇ ଭାବବିହ୍ୱଳ ହେଲେ ସୋନୁ ନିଗମ

33

ଭୁବନେଶ୍ବର: ପବିତ୍ର ଘୋଷଯାତ୍ରା ଅବସରରେ ଆଜି ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଥିବା ବେଳେ ବଡ଼ଦାଣ୍ଡରେ ଛୁଟିଛି ଭକ୍ତଙ୍କ ସୁଅ। ଏହି କ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ। ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନିଜର ଉତ୍କଣ୍ଠା ପ୍ରକାଶ କରିବା ସହ ବେଶ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। ପ୍ରଥମ ଥର ପାଇଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବାକୁ ଯାଉଥିବା ସୋନୁ ନିଗମ ଗଣମାଧ୍ୟମକୁ ନିଜର ଅନୁଭୂତି ଜଣାଇ କହିଛନ୍ତି, “ମୋର ମନେହୁଏ, ପୂର୍ବଜନ୍ମରେ ମୁଁ ନିଶ୍ଚୟ ଜଣେ ଓଡ଼ିଆ ଥିଲି।” ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ତାଙ୍କର ଥିବା ଗଭୀର ଆସ୍ଥା ଓ ଭକ୍ତିଭାବକୁ ନେଇ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେ ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର ସୂଚନା ରହିଛି।

Comments are closed, but trackbacks and pingbacks are open.