ନବୀନ -ଜଗନ ଭେଟଘାଟ : ବିଭିନ୍ନ ରାଜନୈତିକ ବିଷୟରେ ହୋଇପାରେ ଆଲୋଚନା

23

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନ ମୋହନ ରେଡ୍ଡୀ। ଆଜି ଅପରାହ୍ନ ପ୍ରାୟ ୪ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ରାଜ୍ୟ ଅତିଥି ଭବନକୁ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ସେ ଲୋକସେବା ଭବନରେ ଆୟୋଜିତ ବୈଠକରେ ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସସମ୍ୟା ନେଇ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ପରେ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାର ରହିଛି। ଏହା ପାରେ ସେ ଆନ୍ଧ୍ର ଫେରିଯିବେ ବୋଲି ଜଣାପଡ଼ିଛି।

ବୈଠକରେ ଜଳ ସମସ୍ୟା, ସୀମା ବିବାଦ ଏବଂ ନକ୍ସଲ ମୁକାବିଲା ନେଇ ଆଲୋଚନା ହୋଇଛି। କୋଟିଆ, ପୋଲାଭରମ ପ୍ରକଳ୍ପ, ନେରେଡି, ବ୍ୟାରେଜ, ଝଞ୍ଜାବତୀ ରିଜର୍ଭର ପ୍ରସଙ୍ଗ ସହ ବାହୁଦା ନଦୀରୁ ଜଳ ନିଷ୍କାସନ ନେଇ ନବୀନ ଓ ଜଗନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ବାଦ୍ ବାଲିମେଳା ଏବଂ ଉପର ସିଲେରୁ ଶକ୍ତି କ୍ଷେତ୍ର, ସୀମାରେ ଗଞ୍ଜେଇ ଚାଷ ରୋକିବା ଏବଂ ମାଓ ଦମନ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ସେହିପରି ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ତେଲୁଗୁ ଚେୟାର ଖୋଲାଯିବ। ଅନ୍ୟପଟେ ଶ୍ରୀକାକୁଲମ ବି.ଆର. ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଓଡିଶା ଚେୟାର ପ୍ରତିଷ୍ଠା ହେବ। ଏପରିକି ସୀମାବର୍ତ୍ତୀ ଜିଲ୍ଲା ସ୍କୁଲରେ ଭାଷା ଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆପୋଷ ବୁଝାମଣା ଭିତରେ ସବୁ ସମସ୍ୟାର ସମାଧାନ ହେବ ବୋଲି ଦୁଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.