ଏମିତି ବି ମୃତ୍ୟୁ ଆସେ : କୂଅରେ ପଡି ଏକସଙ୍ଗେ ଚାଲିଗଲେ ଦୁଇ ଭାଇ

22

ସମ୍ବଲପୁର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଅଞ୍ଚଳରେ ରେ ଘଟିଛି ଅଭାବନୀୟ ଘଟଣା I ଏକା ସାଙ୍ଗେ କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଦ୍ଭାଇ । ଏହିଭଳି କରୁଣ ଦୃଶ୍ୟ ନିକଟରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମୃତକ ୨ ଭାଇ ହେଲେ ସୁନିଲ ତ୍ରିପାଠୀ ଓ ସୁଶିଲ ତ୍ରିପାଠୀ । ଗତ କାଲି ବିଳମ୍ବିତ ରାତିରେ ୨ ଭାଇ କୂଅର ଚାନ୍ଦିନୀ ଉପରେ ବସି ଗପସପ ହେଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲେ। ରାତି ପ୍ରାୟ ୧ ଟା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା
ଉଭୟଙ୍କୁ କୁଅ ଭିତରୁ ବାହାର କରି ସଦର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.