ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଧନ କୁବେର

0 103

ଓଡିଶା ସରକାରଙ୍କର ରହିଛନ୍ତି କିଛି ଧନ କୁବେର କର୍ମଚାରୀ I ଯେଉଁମାନେ କି ସରକାରୀ ଟଙ୍କା ଆତ୍ମସାତ କରିବାକୁ ମୋତେ ପଛଘୁଞ୍ଚା ଦେଇ ନ ଥାନ୍ତି I ସେ କୋଟିପତି ଅଙ୍ଗନବାଡି ଦିଦି ହୁଅନ୍ତୁ କି କୋଟିପତି କିରାଣୀ ବିରଂଚି ସାହୁ I ଆଉ ଏମାନଙ୍କଠୁ ଦି ପାଦ ଆଗେଇ ଯାଇଥିଲେ କନଷ୍ଟେବଳ ବାବୁ ପ୍ରସନ୍ନ ବେହେରା ହାତେଇଥିଲେ ପାଖାପାଖି ୭ କୋଟି ଉପରେ ସମ୍ପତି I ସେହିପରି ଆଜି ପୁଣି ଆଉ ଜଣେ କୁବେର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି I କୁବେର ଭଣ୍ଡାର ପରି ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି OPHWC ର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଏବେ ସୁଦ୍ଧା କୁବେର ପ୍ରତାପ ସାମଲଙ୍କ ୨୨ଟି ପ୍ଲଟ ସହ ୫ଟି କୋଠାର ଠିକଣା ମିଳିଛି । ୧୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ୍ ଚାଲିଛି। କୁବେର ପ୍ରତାପ ଙ୍କ ର ସମ୍ପତି ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଯାଇଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ଥିବା ପ୍ରତାପ ସାମଲ ଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ଚାଲିଛି ଭିଜିଲାନ୍ସ ରେଡ୍ । IRC ଭିଲେଜର ୪୧୬ ନମ୍ବର ଘର ରେଡ୍ ବେଳେ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ବାବୁ ପାଖ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ପେଟି ଭର୍ତ୍ତି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ I ଏହି ଚଢ଼ାଉ ରେ ଜଣେ ଅତିରିକ୍ତ ଏସ୍‌ଙ୍କ, ୫ଜଣ ଡିଏସ୍‌ପି , ୭ ଜଣ ଆଇଆଇସି ଙ୍କୁ ରେଡ଼୍‌ର ସାମିଲ କରାଯାଇଛି । ତେବେ ଏହି ଚଢାଉରୁ ବିପୁଳ ପରିମାଣର ସମ୍ପତ୍ତି ଥିବାର ନଜର ଆସିଛି । ଯାହାକି ଭିଜିଲାନ୍ସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ଭୁବନେଶ୍ୱର ଗୋଠପାଟଣାରେ ପ୍ରତାପଙ୍କ ସ୍ତ୍ରୀ ନାମରେ ୫ମହଲାର ଘର ରହିଛି । ସେହିପରି  ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୩୭ ହଜାର ଟଙ୍କା, ଅଧ କେଜି ସୁନା, ଦାମୀ ଗାଡି ଜବତ କରିଛି ଭିଜିଲାନ୍ସ । ଏହାବାଦ ଭୁବନେଶ୍ୱରରୁ କେବଳ ୫ଟି ଘର ଠାବ ହୋଇଛି ।

ପୁଲିସ ହାଉସିଂ କର୍ପୋରେସନରେ ବିଭିନ୍ନ ବିଲ୍ଡିଂ କନଷ୍ଟ୍ରକସନ୍‌ କାମ ଚାଲୁଥିବା ବେଳେ ଏହାର ଦାୟିତ୍ୱରେ ଥିଲେ ପ୍ରତାପ ସାମଲ । ହେଲେ ସେ ଏତେ ଟଙ୍କା କିପରି ଠୁଳ କଲେ, ଏଥିରେ ଆଉ କେଉଁ କେଉଁ ଅଧିକାରୀ ସାମିଲ ଅଛନ୍ତି ସେ ନେଇ କିଛି ସୂଚନା ମିଳିନି ।

Leave A Reply

Your email address will not be published.