ଲକ୍ଷ୍ମୀପୁର ହିଂସା ଉପରେ FSL ରିପୋର୍ଟ ପ୍ରକାଶ ପାଇଛି: ଆଶିଷ-ଅଙ୍କିତଙ୍କ ବନ୍ଧୁକରୁ ଗୁଳି ଚଳାଇଥିଲା

20

ଲକ୍ଷ୍ମୀପୁର ହିଂସା ମାମଲାରେ ବଡ଼ ଖୁଲାସା ହୋଇଛି I କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଙ୍କ ଘନିଷ୍ଠ ସହଯୋଗୀ ଅଙ୍କିତ ଦାସ ବନ୍ଧୁକ ରୁ ଗୁଳିଚାଳନା କରାଯାଇଥିଲା I

ଫରେନ୍ସିକ୍ ସାଇଣ୍ଟିଫିକ୍ ଲାବୋରେଟୋରୀ ରିପୋର୍ଟ ମୁତାବକ ହିଂସା ସମୟରେ ଚାଷୀଙ୍କ ଉପରକୁ ଫାୟାରିଙ୍ଗ ହୋଇଥିଲା । ଏହି ଫାୟାରିଙ୍ଗ ଆଶିଷ ମିଶ୍ରା ଓ ତାଙ୍କ ବନ୍ଧୁ ଅଙ୍କିତ ଦାସଙ୍କ ବନ୍ଧୁକରୁ ହୋଇଥିଲା ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି ।

ସୂଚନାଅନୁସାରେ , ଗତ ଅକ୍ଟୋବର ୩ ରେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲ୍ଲାର ତିକୁନିଆ ଗ୍ରାମ ନିକଟରେ ହୋଇଥିବା ହିଂସାରେ ଚାଷୀଙ୍କ ଉପରକୁ ଗୁଳି ଚଳାଇବା ଘଟଣାର ଯାଞ୍ଚ କରିବାକୁ ଦାବି କରିଥିଲେ ଚାଷୀ ସଙ୍ଗଠନ । ଏଥିପାଇଁ ଲକ୍ଷ୍ମୀପୁର ପୋଲିସ ଅଙ୍କିତ ଦାସ ର ରିପିଟର ଗନ୍ , ପିସ୍ତଲ ଓ ଆଶିଷ ମିଶ୍ରାଙ୍କ ରାଇଫଲ ଓ ରିଭରବଲ ଜବତ କରି ଯାଞ୍ଚ ପାଇଁ ଫରେନ୍ସିକ୍ ଲାବୋରାଟୋରୀକୁ ପଠାଇଥିଲା ।
ଏହି ହିଂସାକାଣ୍ଡ ଘଟଣାରେ ୪ ଜଣ ଚାଷୀ ଙ୍କ ସମେତ ୩ ବିଜେପି କର୍ମୀ ଏବଂ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକ ଙ୍କ ର ମୃତ୍ୟୁ ହୋଇଥିଲା I
ଆରୋପ ଅନୁସାରେ କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ବସିଥିବା ‘ମହିନ୍ଦ୍ରା ଥର’ ଗାଡି ଟି ଆନ୍ଦୋଳନରତ କୃଷକ ଙ୍କ ଉପରକୁ ଚଢାଇ ଦିଆଯାଇଥିଲା Iଫଳରେ ଘଟଣାସ୍ଥଳରେ ୪ ଜଣ ଚାଷୀ ଙ୍କ ର ମୃତ୍ୟୁ ହୋଇଥିଲା I ଏବଂ ବିଜେପି ନେତାଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା I ଏହା ପରେ ଉତ୍ତ୍ୟକ୍ତ ହୋଇ ଚାଷୀ ମାନେ ଅଜୟ ମିଶ୍ରଙ୍କୁ ଡ୍ରାଇଭର ସମେତ ୩ ବିଜେପି କର୍ମୀ ଙ୍କୁ ପିଟିପିଟି ମାରି ଦେଇବା ଅଭିଯୋଗରେ କିଛି ଚାଷୀଙ୍କୁ ଗିରଫ କରାଯାଇଥିଲା I
ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଆଶିଷ ମିଶ୍ର ଫେରାର ହୋଇଯାଇଥିଲା I ଏହାର କିଛିଦିନପରେ ଆଶିଷ ମିଶ୍ର ଉତ୍ତରପ୍ରଦେଶ ସୀମାରୁ ଗିରଫ ହୋଇଥିଲା I ବର୍ତ୍ତମାନ ସୁଦ୍ଧା ଆଶିଷ ମିଶ୍ର ଓ ଅଙ୍କିତ ଦାସ ଜେଲ ରେ ବନ୍ଦ ରହିଛନ୍ତି I

Leave A Reply

Your email address will not be published.