ଆଜିଠାରୁ କାର୍ଯ୍ୟକାରୀ ହେଲା ଭାରତ-ଇସ୍ରାଏଲ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା

39

ନୂଆଦିଲ୍ଲୀ: ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ଗତ ୨୦୨୫ ସେପ୍ଟେମ୍ବର ୮ ତାରିଖରେ ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଥିବା ‘ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା’ ଆଜି ଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହୋଇଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଉଭୟ ଦେଶର ନିବେଶକମାନଙ୍କ ପାଇଁ ଏକ ସୁରକ୍ଷିତ ତଥା ସ୍ଥିର ନିବେଶ ପରିବେଶ ସୃଷ୍ଟି କରିବା ଦିଗରେ ଏହି ଚୁକ୍ତିନାମାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ଏହି ଚୁକ୍ତିନାମା ନିବେଶ ଓ ନିବେଶକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଦେଶର ସାର୍ବଜନୀନ ନୀତି ଓ ସାର୍ବଭୌମ ଅଧିକାରକୁ ସଂରକ୍ଷିତ ରଖିବାରେ ଯଥେଷ୍ଟ ନମନୀୟତା ପ୍ରଦାନ କରେ। ଏହା ଆନ୍ତର୍ଜାତୀୟ ନିବେଶ ଆଇନର ଆଧୁନିକ ନୀତି ଏବଂ ବିକଶିତ ଆଇନଗତ ବ୍ୟବସ୍ଥାକୁ ପ୍ରତିଫଳିତ କରିଥାଏ।

Comments are closed, but trackbacks and pingbacks are open.