ଜୀବନ ହାରିଲେ ଚାଉଳିଆଗଞ୍ଜ ଥାନା ମହିଳା IIC

18

କଟକ: ମହିଳା IIC ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ କଟକର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଆଇଆଇସି ବିୟୁଟି ମହାନ୍ତି ଚାଉଳିଆଗଞ୍ଜ ଥାନାର ଉପରେ ଥିବା ରେଷ୍ଟରୁମରେ ରହିଥିଲେ । ଆଜି ସକାଳେ କବାଟ ବାଡ଼େଇବାରୁ ସେ କବାଟ ଖୋଲି ନ ଥିଲେ । ଏ ନେଇ କର୍ମଚାରୀ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଘରର କବାଟ ଖୋଲାଯାଇଥିଲା ଏବଂ ଆଇଆଇସିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ପଠାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଏସସିବି ମେଡ଼ିକାଲରେ ରଖାଯାଇଛି । ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତାଙ୍କ ସ୍ୱାମୀ ପହଁଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ। କଟକ କମିଶନରେଟ୍ ପୋଲିସର ବହୁ ବରିଷ୍ଠ ପଦାଧିକାରୀ ଘଟଣାସ୍ଥଳରେ ପହଁଚିଛନ୍ତି । ତାଙ୍କ ମୃତ୍ୟୁର କାରଣ ଚାକିରୀର ଚାପ ନା ପାରିବାରିକ ବିବାଦ ତାହା ସ୍ପଷ୍ଟ ହୋଇନାହିଁ । ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ତଦନ୍ତ କରାଯିବ । ତେବେ ସେ ଦୀର୍ଘଦିନ ହେବ ସାଇନାସାଇଡ ରୋଗରେ ପୀଡିତ ଥିଲେ, ଯନ୍ତ୍ରଣା ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରଯାଉଛି ।

Comments are closed, but trackbacks and pingbacks are open.