ଝାରପଡ଼ା ପରେ ଚୌଦ୍ୱାର ଜେଲ୍‌ରେ HIV ସଂକ୍ରମଣ: ୫ କଏଦୀ ପଜିଟିଭ୍‌, ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା

28

ଭୁବନେଶ୍ବର: ରାଜଧାନୀର ଝାରପଡ଼ା ଜେଲ୍ ପରେ ଏବେ କଟକ ଚୌଦ୍ୱାର ଜେଲ୍‌ରୁ ୫ ଜଣ କଏଦୀ HIV ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜେଲ୍ ଅଧିକ୍ଷକ ସୁଜିତ ରାଉଳ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ସଜାପ୍ରାପ୍ତ କଏଦୀ ଥିବା ବେଳେ ଅନ୍ୟ ୩ ଜଣ ବିଚାରଧୀନ କଏଦୀ ଅଛନ୍ତି। ସଂକ୍ରମଣ ଜଣାପଡ଼ିବା ପରେ ସେମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଜେଲ୍‌ର ସ୍ୱତନ୍ତ୍ର ୫୨ ନମ୍ବର ୱାର୍ଡରେ ଆଇସୋଲେସନରେ ରଖାଯାଇଛି। ଆକ୍ରାନ୍ତ କଏଦୀଙ୍କ ନିୟମିତ ଯତ୍ନ ଓ ଚିକିତ୍ସା ପାଇଁ ଜେଲ୍ ପରିସରରେ ୨ ଜଣ ଡାକ୍ତର ଏବଂ ୨ ଜଣ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଇଛି। ପ୍ରାଥମିକ ଚିହ୍ନଟ ପରେ ସମସ୍ତ ସଂକ୍ରମିତଙ୍କୁ କଟକ ବଡ଼ ମେଡିକାଲ୍ (SCB) ସ୍ଥିତ ART କେନ୍ଦ୍ରକୁ ପଠାଯାଇ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ପ୍ରଦାନ କରାଯାଉଛି। ବିଭିନ୍ନ ମାମଲାରେ ଜେଲ୍‌କୁ ଆସୁଥିବା ନୂଆ କଏଦୀମାନଙ୍କର ପ୍ରାରମ୍ଭିକ ସ୍କ୍ରିନିଂ ଟେଷ୍ଟ  ସମୟରେ ହିଁ ଏହି ସଂକ୍ରମଣ ଚିହ୍ନଟ ହୋଇଛି। ଅର୍ଥାତ୍ ଏହି କଏଦୀମାନେ ବାହାରୁ ହିଁ ସଂକ୍ରମିତ ହୋଇ ଜେଲ୍‌କୁ ଆସିଥିଲେ। ଜେଲ୍ ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

Comments are closed, but trackbacks and pingbacks are open.