ଓଡ଼ିଶାରେ SIR ପ୍ରକ୍ରିୟା ତଦାରଖ କରିବେ ୧୦ ବରିଷ୍ଠ IAS ଅଧିକାରୀ

25

ଭୁବନେଶ୍ୱର: ଓଡ଼ିଶାର ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ (Electoral Roll Observer) ଭାବେ ନିଯୁକ୍ତ କରାଯାଇଛି। ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି। ନିଯୁକ୍ତ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର, ଅରବିନ୍ଦ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ, ବଲୱନ୍ତ ସିଂହଙ୍କୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା, ବି. ପରମେଶ୍ୱରନଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ, ଡା. ବିଜୟ କେତନ ଉପାଧ୍ୟାୟଙ୍କୁ ଦେବଗଡ଼, ସମ୍ବଲପୁର ଓ ବରଗଡ଼, ଡି. ପ୍ରସନ୍ନ କୁମାର ରେଡ୍ଡୀଙ୍କୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା, ସୁଧାଂଶୁ ମୋହନ ସାମଲଙ୍କୁ କଟକ, ଢେଙ୍କାନାଳ ଓ ଅନୁଗୁଳ, ରଶ୍ମିତା ପଣ୍ଡାଙ୍କୁ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଭୁବନେଶ୍ୱର, ମହମ୍ମଦ ସାଦିକ ଆଲମଙ୍କୁ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି, ଏବଂ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଦାୟିତ୍ୱ ମିଳିଛି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ଅବଜରଭର ସଂଶୋଧନ ଅବଧି ମଧ୍ୟରେ ଅତି କମରେ ତିନିଥର ନିଜ ଦାୟିତ୍ୱରେ ଥିବା ଜିଲ୍ଲା ଗସ୍ତ କରିବେ। ସେମାନେ ବିଭିନ୍ନ ବିଧାନସଭା କ୍ଷେତ୍ରର ମତଦାନ କେନ୍ଦ୍ର ପରିଦର୍ଶନ କରିବା ସହ ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରିବେ। ଭୋଟର ତାଲିକାକୁ ନେଇ ସାଧାରଣ ଲୋକଙ୍କ ଅଭିଯୋଗ ମଧ୍ୟ ସେମାନେ ସିଧାସଳଖ ଭାବେ ଶୁଣିବେ। ଗସ୍ତ ଓ ସମୀକ୍ଷା ଶେଷ ହେବା ପରେ ସମସ୍ତ ଅବଜରଭର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବେ। ଗସ୍ତ ଓ ସମୀକ୍ଷା ଶେଷ ହେବା ପରେ ସମସ୍ତ ଅବଜରଭର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବେ। ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସାଧାରଣ ଲୋକ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ମାଧ୍ୟମରେ ନୂଆ ନାମ ସାମିଲ, ନାମ ବାଦ କିମ୍ବା ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ।

Comments are closed, but trackbacks and pingbacks are open.