ମିଳିଲା ଜାତୀୟ ଦଳରେ ସୁଯୋଗ, ଓଡ଼ିଶାର ୯ ଯୁବ ହକି ଖେଳାଳି ଯିବେ ବେଲଜିୟମ

113

ଭୁବନେଶ୍ୱର: ଭାରତୀୟ ଜୁନିୟର ପୁରୁଷ ଜାତୀୟ ହକି ଦଳର ବେଲଜିୟମ ଗସ୍ତ ପାଇଁ ଓଡ଼ିଶାର ୯ ଜଣ ପ୍ରତିଭାବାନ ଖେଳାଳି ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅନମୋଲ ଏକ୍କା, ଆଦ୍ରୋହିତ ଏକ୍କା, ରୋହିତ କୁଲୁ, ମୁକେଶ ଟପ୍ପୋ, ବିବେକ ଲାକ୍ରା, ସଞ୍ଜିତ ତିର୍କୀ, ପ୍ରଶାନ୍ତ ବାର୍ଲା, ଋତ୍ତିକ ଲାକ୍ରା ଓ ଆର୍ୟନ ଖେସ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶୁଭେଚ୍ଛା ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ୯ ଜଣ ଖେଳାଳିଙ୍କ ଜାତୀୟ ଦଳରେ ଚୟନ ରାଜ୍ୟ ପାଇଁ ଗର୍ବର ବିଷୟ। ଏହା ଓଡ଼ିଶାର ସମୃଦ୍ଧ ହକି ପରମ୍ପରା ଓ ‘ପଡ଼ିଆରୁ ପୋଡିୟମ୍’ ଲକ୍ଷ୍ୟର ସଫଳ ପ୍ରତିଫଳନ ବୋଲି ସେ କହିଛନ୍ତି। ଦୀର୍ଘ ବର୍ଷ ଧରି ଭାରତୀୟ ହକିକୁ ଏକାଥରେ ୯ ଜଣ ଖେଳାଳିଙ୍କ ଜାତୀୟ ଜୁନିୟର ଦଳରେ ଚୟନ ରାଜ୍ୟ ପାଇଁ ଗର୍ବର ବିଷୟ । ଦଳ ବେଲଜିୟମ ଗସ୍ତ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ, ସମଗ୍ର ଓଡ଼ିଶାର ହକିପ୍ରେମୀମାନେ ଆଶା କରୁଛନ୍ତି ଯେ ଏହି ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଅନ୍ତର୍ଜାତୀୟ ମଞ୍ଚରେ ରାଜ୍ୟର ଗୌରବମୟ ହକି ପରମ୍ପରାକୁ ଆହୁରି ସମୃଦ୍ଧ କରିବେ।

Comments are closed, but trackbacks and pingbacks are open.