ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଙ୍କ ବିଜେପିକୁ ଚରମ ବାଣୀ :ବିଭ୍ରାନ୍ତିକର ମନ୍ତବ୍ୟଦେଲେ ଜିଭ କାଟି ଦେବୁ

20

ଧାନ କିଣାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏହା ସହ ରାଜ୍ୟ ବିଜେପି ନେତା ବIନ୍ଦୀ ସଞ୍ଜୟ କୁ ଧମକ ଦେଇ କହିଛନ୍ତି କି ବିଭ୍ରାନ୍ତିକର ମନ୍ତବ୍ୟ ଦେଲେ ଆମେ ଜିଭ କାଟିଦେବୁ I ବିଜେପି ଉପରେ ମଧ୍ୟ ଖୁବ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।

ଗଣମାଧ୍ୟମକୁ ସମ୍ବୋଧନ ଦେଇ କେସିଆର କହିଛନ୍ତି ଯେ ସଞ୍ଜୟ ସିଂ ଚାଷୀଙ୍କୁ ଧାନ ଉତ୍ପାଦନ କରିବା ଏବଂ ବିଜେପି ସରକାର ସେମାନଙ୍କ ଠାରୁ ଧାନ କିଣାକୁ ସୁନିଶ୍ଚିତ କରିବା ନେଇ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ସେ ଆହୁରି କହିଛନ୍ତି କେନ୍ଦ୍ର ଧାନ କିଣିବ ନାହିଁ । ତେଣୁ କ୍ଷତିରୁ ବର୍ତ୍ତିବା ପାଇଁ ଅଲଗା ଅଲଗା ଚାଷ କରିବା ପାଇଁ କୃଷିମନ୍ତ୍ରୀ ଚାଷୀମାନଙ୍କୁ କହିଥିଲେ। କେନ୍ଦ୍ର ଆମ ପ୍ରତି ଦାୟିତ୍ୱହୀନ ମନୋଭାବ ପୋଷଣ କରୁଛି । ସେ ଆହୁରି କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଧାନ କିଣିବା ଉପରେ ଆଲୋଚନା କରିଥିଲେ, କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ନିଷ୍ପତ୍ତି ନେବା ସହ ତାଙ୍କୁ ଅବଗତ କରାଇବେ ବୋଲି କହିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଏନେଇ କୌଣସି ପଦକ୍ଷେପ ନେଇନାହଁନ୍ତି । ତେଲେଙ୍ଗାନା ପାଖରେ ଗତ ବର୍ଷର ପ୍ରାୟ ୫ ଲକ୍ଷ ଟନ ଧାନ ରହିଛି । କେନ୍ଦ୍ର ଏହାକୁ କିଣୁନାହିଁ ।ଚାଷ ପ୍ରସଙ୍ଗରେ ସରକାର ଦାୟିତ୍ୱହୀନ ଭାବେ ଆଚରଣ କରୁଛନ୍ତି ବୋଲି କେ.ଚନ୍ଦ୍ରଶେଖର ରାଓ କହିଛନ୍ତି।

ଏହାକୁ ନେଇ ସେ ଚନ୍ଦ୍ରଶେଖର ରାଓ ସଞ୍ଜୟଙ୍କୁ ଟାର୍ଗେଟ କରିବା ସହ ଏଭଳି ମିଥ୍ୟା ପ୍ରରୋଚନରୁ ନିବୃତ୍ତ ରହିବାକୁ କହିଛନ୍ତି ନହେଲେ ସେମାନଙ୍କ ଜିଭ କାଟିଦେବାକୁ ଚେତାବନୀ ଦେଇଛନ୍ତି ।ସଞ୍ଜୟ ମୋତେ ଜେଲ ପଠାଇବାକୁ କହିଥିଲେ ମୁଁ କହୁଛି ମତେ ଛୁଇଁକି ଦେଖାନ୍ତୁ । ସେ ଆହୁରି କହିଛନ୍ତି ଅରୁଣାଞ୍ଚଳ ପ୍ରଦେଶରେ ସୀମାରେ ଚାଇନା ଆକ୍ରମଣ କରୁଛି କିନ୍ତୁ ଏହା ଉପରେ କେନ୍ଦ୍ର କୌଣସି ଆକ୍ସନ ନେଉନାହିଁ । ଆମେ ଏପର୍ଯ୍ୟନ୍ତ କିଛି କହୁନଥିଲୁ କିନ୍ତୁ ଏବେ ଆମେ ଚୁପ୍ ରହିବୁ ନାହିଁ ।

Leave A Reply

Your email address will not be published.