ଭୁବନେଶ୍ବର: ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି। ଏହି ଦୁଇ ଦିନିଆ ଗସ୍ତ କାଳରେ ଗୃହମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ଏକ ପ୍ରମୁଖ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଗୃହମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବରଗଡ଼ ଗସ୍ତ କରିବେ। ସେଠାରେ ବହୁପ୍ରତୀକ୍ଷିତ ଇଥାନଲ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ କାର୍ଯ୍ୟକ୍ରମ ଶେଷ କରି ସେ ସମ୍ବଲପୁର ଯିବେ ଏବଂ ସେଠାରେ ରାତ୍ରି ଯାପନ କରିବେ। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ୫ ତାରିଖରେ ସମ୍ବଲପୁରଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ଗୃହମନ୍ତ୍ରୀ ସମ୍ବୋଧିତ କରିବେ।
Comments are closed, but trackbacks and pingbacks are open.