ଭୁବନେଶ୍ବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୁଲିସ ସୂଚନା ଅନୁସାରେ, ଚନ୍ଦ୍ରିକା ମୃତ୍ୟୁର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ୨୭ ଓ ୨୮ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ୱରର ଇନଫିନିଟି ଥାନା ଅଞ୍ଚଳର ଏକ ହୋଟେଲରେ ରହିଥିଲେ । ହୋଟେଲର ରେଜିଷ୍ଟର, ରହଣିର ବିବରଣୀ ଏବଂ ସିସିଟିଭି ଫୁଟେଜ୍ ପୁଲିସ ଜବତ କରିଛି । ଉଭୟଙ୍କ ହୋଟେଲକୁ ଆସିବା, ଯିବା ଓ ସେଠାରେ ରହିବା ସମୟର ଗତିବିଧିକୁ ଯାଞ୍ଚ କରାଯାଉଛି । ଏହି ସମସ୍ତ ତଥ୍ୟକୁ ଆଧାର କରି ଘଟଣାର ପ୍ରକୃତ କାରଣ ଖୋଜିବାରେ ଲାଗିଛି ପୁଲିସ । ସେପଟେ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ତାଙ୍କୁ ସରକାରୀ ଚାକିରିରୁ ସମ୍ପୂର୍ଣ୍ଣ ବହିଷ୍କୃତ କରାଯାଇଛି । ତେବେ ଚନ୍ଦ୍ରିକାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଏବଂ ହୋଟେଲରେ ରହିବା ସମୟର ଘଟଣାକ୍ରମ ମୃତ୍ୟୁ ସହ କିପରି ଜଡ଼ିତ-ସେସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି ।
Comments are closed, but trackbacks and pingbacks are open.