ମୁମ୍ବାଇ: ଇତିହାସ ରଚିଲେ ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ ମହାରଣା । ଓଡ଼ିଆ ଝିଅ ପୁନମ ଜିତିଛନ୍ତି ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ପିିନ୍ଧିଛନ୍ତି ବିଶ୍ୱ ସୁନ୍ଦରୀ । ସେ ଆଗାମୀ ଦିନରେ ଆୟୋଜିତ ହେବାକୁ ରହିଥିବା ‘Miss Universe India Finals’ ପ୍ରତିଯୋଗିତା ପାଇଁ ଓଡିଶାରୁ ଚୟନ ହୋଇଛନ୍ତି । ସୂଚନା ଥାଉ ଯେ, ପୁନମ ମହାରଣା ବ୍ରହ୍ମପୁରର ଝିଅ । ବାପା ବିଭୁଦେନ୍ଦ୍ର ମହାରଣା ଏବଂ ମାଆ ସଙ୍ଗୀତା ମହାରଣାଙ୍କ ସେ ଏକମାତ୍ର କନ୍ୟା । ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଟେକ କମ୍ପ୍ୟୁଟର ସାଇନ୍ସ । ଶିକ୍ଷା ଶେଷ କରିବା ପରେ ପୁନେ ଠାରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ପୁନମ୍ । ମିସ୍ ୟୁନିଭସ୍ ଓଡ଼ିଶା ତାଜ୍ ପିନ୍ଧିବା ପରେ ଏବେ ସେ ଜାତୀୟ ସ୍ତରରେ ଭାଗ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସଫଳତା ହାସଲ କରି ନିଜ ପରିବାର ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
Comments are closed, but trackbacks and pingbacks are open.