ଏଣିକି ବହିରେ ରହିବ ବାରକୋଡ୍; ସ୍କାନ୍ କଲେ ମିଳିବ ଭିଡିଓ ଓ ଡିଜିଟାଲ ପାଠ

35

ଭୁବନେଶ୍ୱର: ତ୍ରୁଟିମୁକ୍ତ ଓ ଗୁଣାତ୍ମକ ପାଠ୍ୟପୁସ୍ତକ ପ୍ରକାଶ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ଶିକ୍ଷା ବିଭାଗ ବ୍ୟବସ୍ଥା ଅନୁଯାୟୀ, ପ୍ରଥମେ ପ୍ରତ୍ୟେକ ଜିଲ୍ଲାକୁ ଅଳ୍ପ ସଂଖ୍ୟାରେ ପାଠ୍ୟପୁସ୍ତକ ପଠାଯିବ । ସେହି ବହିଗୁଡ଼ିକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯାଞ୍ଚ କରିବା ସହିତ ସେଥିରେ କୌଣସି ତ୍ରୁଟି ରହିଛି କି ନାହିଁ ତାହା ଚିହ୍ନଟ କରିବେ । ବଡ଼ ପରିବର୍ତ୍ତନ ହେଉଛି, ଏଣିକି ପାଠ୍ୟପୁସ୍ତକରେ ରହିବ ବାରକୋଡ୍ ବ୍ୟବସ୍ଥା । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବାରକୋଡ୍ ସ୍କାନ୍ କରି ପାଠ୍ୟବସ୍ତୁ ସମ୍ବନ୍ଧୀୟ ଅତିରିକ୍ତ ସୂଚନା, ଡିଜିଟାଲ କଣ୍ଟେଣ୍ଟ, ଭିଡିଓ ଓ ଶିକ୍ଷାଦାନ ସାମଗ୍ରୀର ସହଜ ସୁବିଧା ପାଇପାରିବେ । ନିକଟରେ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ନେଇ ବିବାଦ ସୃଷ୍ଟି ହେବା ପରେ ଶିକ୍ଷା ବିଭାଗ ଏହି ନୂଆ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇଛି । ବାରକୋଡ୍ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ାକୁ ଅଧିକ ସ୍ୱଚ୍ଛ, ସହଜ ଓ ପ୍ରଯୁକ୍ତିନିର୍ଭର କରିବା ସହିତ ଭବିଷ୍ୟତରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.