ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ଦୟାଲ ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୌମ୍ୟ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗଓ୍ଵାର ବିବାଦ ଘେରକୁ ଆସିଥିଲେ। ଗଙ୍ଗଓ୍ଵାର ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ମାଆ।ଏହି ହତ୍ୟା ମାମଲାରେ ଆଇପିଏସ୍ ଗଙ୍ଗୱାରଙ୍କ ସମ୍ପୃକ୍ତିକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିଲା ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଅଞ୍ଚଳର ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ଭିଡ଼ହତ୍ୟା ଘଟଣାରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ କାର୍ଯ୍ୟଶୈଳୀକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଥିଲେ। ସୌମ୍ୟଙ୍କ ମାଆ ଅଭିଯୋଗ କରିଥିଲେ ଯେ, ଉକ୍ତ ପୋଲିସ ଅଧିକାରୀ ଜଣକ ତାଙ୍କ ପୁଅକୁ ଦୀର୍ଘ ଦିନ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ହତ୍ୟାକାଣ୍ଡ ପଛରେ ଗଙ୍ଗଓ୍ଵାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା lଚାକିରିରୁ ନିଲମ୍ବିତ ହେବା ପରେ ଏବେ ଦୟାଲ ଗଙ୍ଗୱାରଙ୍କ ଅଡ଼ୁଆ ଆହୁରି ବଢ଼ିବାକୁ ଯାଉଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ଏବଂ ତାଙ୍କୁ ଜେରା କରାଯିବାର ମଧ୍ୟ ସମ୍ଭାବନା ରହିଛି।
Comments are closed, but trackbacks and pingbacks are open.