ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ଏନକାଉଣ୍ଟର

33

ଭୁବନେଶ୍ବର: ଭଦ୍ରକ ଜିଲ୍ଲାରେ ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଗୁଳିବିଦ୍ଧ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଅପରପକ୍ଷରେ, ଅପରାଧୀ ସହ ସାମ୍ନାସାମ୍ନି ବେଳେ ଜଣେ ଏସଆଇ (ASI), ଜଣେ ଇନସ୍ପେକ୍ଟର ଏବଂ ଜଣେ କନେଷ୍ଟବଲଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର, ଗ୍ରାମାଞ୍ଚଳ ଏବଂ ପୁରୁଣା ବଜାର ପୋଲିସ ପକ୍ଷରୁ ଏକ ମିଳିତ ଅପରେସନ କରାଯାଇଥିଲା। ପୋଲିସ ଚଢ଼ାଉ ବେଳେ ଧରାପଡ଼ିବା ଭୟରେ ପପୁ ପ୍ରଥମେ ପୋଲିସ ଟିମ୍ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ମଧ୍ୟ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାଲଟା ଗୁଳି ଚଳାଇଥିଲା। ଏହି ସମୟରେ ପପୁର ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।

Comments are closed, but trackbacks and pingbacks are open.