କେନ୍ଦ୍ର ସରକାର ୧୫ ଟଙ୍କା ତୈଳଦର ହ୍ରାସ କରିବା ଉଚିତ : ମନୀଷ ଶିଷୋଦିଆ

21

ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି କମ କରି ଦିଲ୍ଲୀବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର I କେନ୍ଦ୍ର ର ଏହି ନିଷ୍ପତି ପରେ ବିଜେପି ଏବଂ ଏନ୍ଡିଏ ଶାସିତ ୧୫ଟି ରାଜ୍ୟ ତୈଳଦର ଉପରୁ ଭାଟ କମ କରିଦେଇଛନ୍ତି I ଏହାପରେ ଅଂ ବିଜେପି ଶାସିତ ରାଜ୍ୟଗୁଡିକ ଉପରେ ତୈଳଦର ହ୍ରାସ କରିବା ପାଇଁ ପ୍ରଭାବ ପଡିଛି ଇ
ଏହା ଉପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆ କହିଛନ୍ତି ଏହା ଉପରେ ବିଚାର ବିମର୍ଷ କରାଯାଉଛି I ଏହାବIଦ ମନୀଷ ଶିଷୋଦିଆ ଏହା ମଧ୍ୟ କହିଛନ୍ତି କି, ବର୍ତ୍ତମାନ କେନ୍ଦ୍ର ତୈଳ ଉପରୁ ଏକ୍ସାଇଜ ଡ୍ୟୁଟି କମ କରିଛି ଏବଂ କିଛି ବିଜେପି ଶାସିତ ରାଜ୍ୟ ମଧ୍ୟ ଭାଟ କମ କରିଛନ୍ତି ,ଏହା ଉପରରେ ଦିଲ୍ଲୀ ସରକାର ଏଗଜାମିନ କରୁଛି I ପିଛିଲା ୨/୩ ବର୍ଷ ପୂର୍ବରୁ ତୈଳଦର କମ ଥିବାବେଳେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ବଢ଼ାଇ ଚାଲିଥିଲେ Iଏହା ଦ୍ୱାରା ତୈଳଦର ୧୫ ଟଙ୍କାରୁ ବୃଦ୍ଧି ପାଇ ୩୪ ଟଙ୍କା ଯାଏ ବଢି ଚାଲିଲା Iକିନ୍ତୁ ବର୍ତମାନ କେନ୍ଦ୍ର ସରକାର ମାତ୍ର କିଛି ପଇସା କମାଇଛନ୍ତି I ଏହାପରେ ରାଜ୍ୟ ମାନଙ୍କୁ ତୈଳଦର ହ୍ରାସ କରିବାକୁ ବାଧ୍ୟ କରୁଛନ୍ତି I
ସେ କହିଛନ୍ତି ‘ମୁଁ କେନ୍ଦ୍ର ସରକାର ଙ୍କୁ ଅପିଲ କରିବି କି ତୈଳ ଦର କମ ସେ କମ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କାରାଯାଉ’ I

ଏହା ଉପରେ ବିଜେପି ସାଂସଦ ପ୍ରଭେଶ ସାହେବ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି , ‘ଅରବିନ୍ଦ କେଜ୍ରିୱାଲ, ଆପଣ କାହିଁକି ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ହ୍ରାସ କରୁନାହାଁନ୍ତି? ବେଳେବେଳେ ଦିଲ୍ଲୀର ଲୋକଙ୍କ ବିଷୟରେ ଚିନ୍ତା କରନ୍ତୁ | ଏହା ସେପରି ନୁହେଁ, ଯଦି ଆପଣ ଭାଟ୍ ହ୍ରାସ କରନ୍ତି, ତେବେ ବିଜ୍ଞାପନର ମୂଲ୍ୟ କେଉଁଠୁ ଆସିବ’? ତେବେ ଏପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ I

Leave A Reply

Your email address will not be published.