ଗିରଫ ହେଲେ କୁବେର ଇଞ୍ଜିନିୟର ବୈକୁଣ୍ଠ; ମିଳିଲା ୨କୋଟି କ୍ୟାସ୍‌, ୩୦୦ଗ୍ରାମ ସୁନା, ୧୩ ପ୍ଲଟ୍

31

ଭୁବନେଶ୍ୱର: କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସହ ଜଡ଼ିତ ୯ଟି ସ୍ଥାନରେ ଏକାସାଙ୍ଗେ ତଲାସି କରି ଭିଜିଲାନ୍ସ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ମାମଲାରେ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆଜି ତାଙ୍କୁ ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ସମୟରେ ବୈକୁଣ୍ଠ ନାଥ ବେହେରାଙ୍କ ନାମରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି । ଏଥିରେ ରହିଛି ୫ଟି କୋଠା, ଯାହାର ମୋଟ କ୍ଷେତ୍ରଫଳ ୨୦ ହଜାର ବର୍ଗଫୁଟରୁ ଅଧିକ । ଏହା ସହିତ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୧୦, ୫୦୦ ସ୍କୋୟାର୍ ଫୁଟ୍‌ରେ ୪ ମହଲା କୋଠା, ଶୈଳଶ୍ରୀ ବିହାରରେ ୧୧୦୦ ସ୍କୋୟାର୍ ଫୁଟ୍‌ରେ ୩ ମହଲା କୋଠା, ପଟିଆରେ ୩୭୫୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା, ଚନ୍ଦ୍ରଶେଖରପୁର ଓ ଯାଜପୁର ଧର୍ମଶାଳାରେ ୨୫୦୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା ମିଳିଛି । ଏହା ଛାଡ ୧୪ଟି ଜମି, ୨ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି, ପ୍ରାୟ ୫୦୦ ଗ୍ରାମ ସୁନା ଓ ୪୫ ଲକ୍ଷ ଟଙ୍କା ଜମା ଠାବ କରାଯାଇଛି । ଗତକାଲି ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଥିବା ତାଙ୍କର ୯ଟି ଠିକଣାରେ ଚଢ଼ାଉ କରିଥିଲା ।

Comments are closed, but trackbacks and pingbacks are open.