କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବଦଳିଲା ପାଗ

31

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବର୍ଷା ସହ କେତେକ ସ୍ଥାନରେ କୁଆପଥର ପଡିଛି । ୪୦ ରୁ ୫୦ କିମି ବେଗରେ ପବନ ବହୁଥିବାର ଅନୁମାନ କରାଯାଉଛି । ତତଲା ତାତିରୁ ଟିକେ ଆଶ୍ୱସ୍ତି ମିଳିଛି। ଗୋଟିଏ ପଟେ ମୌସୁମୀ କେରଳମ୍ ଛୁଇଁ ସାରିଲାଣି । ଏବେ ଗୋଆ ଛୁଇଁଛି ଦକ୍ଷିଣ ମୌସୁମୀ ବାୟୁ । ତାପରେ ବି ରାଜ୍ୟରେ ତାତିରୁ ମିଳିନଥିଲା ଆଶ୍ୱସ୍ତି । ଏମିତିକି ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିଥିଲା ତାପମାତ୍ରା । ଆଜି ମଧ୍ୟ ପାରଦ ଉପରମୁହାଁ ଥିଲା । ହେଲେ ହଠାତ୍‌ ମଧ୍ୟାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ସ୍ଥାନେ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । କାଳବୈଶାଖୀ ବର୍ଷା ଲାଗି ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆସ୍ୱସ୍ତି ମିଳିଛି ।

Comments are closed, but trackbacks and pingbacks are open.