ଏଆଇରେ ଓଡ଼ିଶା ଶାସନ ଲୋଗୋ ବିକୃତ, ଟ୍ରୋଲ ପରେ ଚେତିଲା ପ୍ରଶାସନ

31

ଭୁବନେଶ୍ୱର: ଏଆଇରେ ନିର୍ମିତ ରାଜ୍ୟ ସରକାରଙ୍କ ପୋଷ୍ଟରରେ ‘ଓଡ଼ିଶା ଶାସନ’ ଲୋଗୋ ବିକୃତ ହୋଇଛି । ଉଚ୍ଚଶିକ୍ଷା ବିଭାଗ ନାମ ପାଖରେ ଏକ ‘ଓଡ଼ିଶା ଶାସନ’ ଲୋଗୋ ରହିଛି । ଯାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ର ଶିକାର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ନାମ ପାଖରେ ଏକ ‘ଓଡ଼ିଶା ଶାସନ’ ଲୋଗୋ ରହିଛି । ଯେଉଁ ଲୋଗୋରେ ଓଡ଼ିଆ ଓ ହିନ୍ଦୀରେ ଉଲ୍ଲେଖ ଥିବା ‘ଓଡ଼ିଶା ଶାସନ’ କେଉଁ ଭାଷାରେ ଉଲ୍ଲେଖ ରହିଛି ତାହା ଜଣା ପଡୁ଼ନି । ଏହାସହ ଲୋଗୋ ମଧ୍ୟରେ ଥିବା ଘୋଡ଼ା ଏବଂ ଅଶୋକ ସ୍ତମ୍ଭର ଆକାର ତଥା ଚିତ୍ରଟି ସଂପୂର୍ଣ୍ଣ ଭାବେ ଭୁଲ୍ ରହିଛି ।ଅମିତ୍ କିଲ୍‌ହୋର ନାମକ ଜଣେ ଜାତୀୟସ୍ତରର ଭିଡିଓ କଣ୍ଟେଣ୍ଟ କ୍ରିଏଟର ଉଚ୍ଚଶିକ୍ଷା ବିଭାଗର ଏପରି ତ୍ରୁଟିକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅମିତ୍ କିଲ୍‌ହୋର ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିସେଥିରେ ଥିବା ଓଡ଼ିଶା ଶାସନର ଲୋଗୋଟି କିପରି ବିକୃତ କରାଯାଇଛି ତାକୁ ସେ ଦର୍ଶାଇଛନ୍ତି । ‘ଗ୍ରୀନ୍ ଏନର୍ଜି ଫର ଗ୍ରୀନ୍ କ୍ୟାମ୍ପସେସ୍’ ନାମରେ ଏକ ପୋଷ୍ଟର ଉଚ୍ଚଶିକ୍ଷା ବିଭାଗ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଥିଲା । ଏହି ଡିଜିଟାଲ ପୋଷ୍ଟରଟି ଏଆଇ ପ୍ଲାଟଫର୍ମରେ ପ୍ରସ୍ତୁତ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ତେବେ ଅମିତଙ୍କ ପୋଷ୍ଟ ପରେ ଉଚ୍ଚଶିକ୍ଷା ତାଙ୍କ ପୋଷ୍ଟରେ କମେଣ୍ଟ କରି ଏହାକୁ ଦୃଷ୍ଟି ଆକର୍ଷଣ କରିଥିବାରୁ ଧନ୍ୟବାଦ ଜଣାଇଛି । ଏହାସହ ପୋଷ୍ଟରକୁ ମଧ୍ୟ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରିଛି ।

Comments are closed, but trackbacks and pingbacks are open.