ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ଯୁବଗୋଷ୍ଠୀଙ୍କ ଦ୍ୱାରା ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସଂଗଠନ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦେଇଛି ରଣହୁଙ୍କାର। ହଜାର ହଜାର ଯୁବକ ଓ ଯୁବତୀ ବିକ୍ଷୋଭରେ ସାମିଲ ହୋଇ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା ପାଇଁ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଛନ୍ତି। କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ ନିଜେ ଜୟ ଭୀମ ନାରା ଦେଇଛନ୍ତି। ଏହି ଦେଶର ଯୁଗୋଷ୍ଠୀଙ୍କୁ ଆଉ ଭୟଭୀତ ହେବାର ନାହିଁ।ଦେଶର ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ଅଭିଜିତ କହିଛନ୍ତି। କକ୍ରୋଚ ଜନତା ପାର୍ଟି କହିଛି ଯେ “ଆମେ ଶିକ୍ଷା ମନ୍ତ୍ରୀଙ୍କୁ ନିର୍ବାଚିତ କରିଥିଲୁ ଓ ତାଙ୍କୁ ସେଠାକୁ ପଠାଇଥିଲୁ। ସେ ଆମ ଟିକସରୁ ଦରମା ପାଉଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଲକ୍ଷାଧିକ ଯୁବଗୋଷ୍ଠୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଚାଲି ଯାଇଛି। ଏବେ କୋକ୍ରଚମାନେ ଆସୁଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଯାଉଛନ୍ତି।” ଆଜି ଦିନ ୫ଟା ଯାଏ କକ୍ରୋଚ ଜନତା ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିବ। ଏହାପରେ ବି ଯଦି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନାହିଁ, ତା’ହେଲେ ସଂଗଠନ ପୁଣି ରାସ୍ତାକୁ ଓହ୍ଲାଇବ। ଆସନ୍ତା ଜୁନ ୨୩ରେ ସିଜେପି ଦିଲ୍ଲୀର ରାମଲୀଳା ମୈଦାନରେ ବିକ୍ଷୋଭ ସମାବେଶ କରିବ ବୋଲି ସଙ୍କେତ ଦେଇଛି। ବିକ୍ଷୋଭ ଆରମ୍ଭ କରିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଦିଲ୍ଲୀ ପୁଲିସ୍କୁ ଅନୁମତି ମଗାଯାଇଥିଲା। ପୁଲିସ୍ ଦିନ ୧୦ଟାରୁ ଅପରାହ୍ନ ୫ଟାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ସଂଗଠନକୁ ଅନୁମତି ଦେଇଛି। ଏହାପରେ ହଜାର ହଜାର ଯୁବକଯୁବତୀ କକ୍ରୋଚ ଜନତା ପାର୍ଟି ବା ସିଜେପି ବ୍ୟାନର ତଳେ ଯନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।ନିଟ୍ ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଓ ସିବିଏସଇ ପରୀକ୍ଷାରେ ହୋଇଥିବା ତ୍ରୁଟି ଲକ୍ଷାଧିକ ଶିକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଏଥିପାଇଁ ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ଯୁବ ଆନ୍ଦୋଳନ ଗତ କିଛି ସପ୍ତାହ ମଧ୍ୟରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ସଂଗଠନର ପ୍ରତିଷ୍ଠାତା ଅଭିଜିତ ଆଜି ଆମେରିକାରୁ ଭାରତ ଫେରି ଏହି ପ୍ରତିବାଦର ନେତୃତ୍ୱ ନେଉଛନ୍ତି।
Comments are closed, but trackbacks and pingbacks are open.