ଭୁବନେଶ୍ୱର: ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ DMF ପାଣ୍ଠି ବଣ୍ଟନରେ ରାଜ୍ୟ ସରକାର ନୂଆ ନୀତି ଲାଗୁ କରିଛନ୍ତି । ଯଦି କୌଣସି ଖଣିର ପ୍ରଭାବିତ ଅଞ୍ଚଳ ଏକାଧିକ ଜିଲ୍ଲାକୁ ବ୍ୟାପିଥାଏ, ତେବେ ସେହି ଖଣିରୁ ଆଦାୟ ହୋଇଥିବା DMF ପାଣ୍ଠି ପ୍ରଭାବିତ ଅଞ୍ଚଳର ପରିମାଣ ଅନୁସାରେ ସମ୍ପୃକ୍ତ ଜିଲ୍ଲାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏନେଇ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଜାରି କରାଯାଇଛି । ଖଣି ସୀମାରୁ ୧୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ‘ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ’ ଏବଂ ୧୫ରୁ ୨୫ କିଲୋମିଟର ମଧ୍ୟର ଅଞ୍ଚଳକୁ ‘ପରୋକ୍ଷ ପ୍ରଭାବିତ ଅଞ୍ଚଳ’ ଭାବେ ଗଣନା କରାଯିବ । DMF ପାଣ୍ଠିର ୭୦ ପ୍ରତିଶତ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ ଏବଂ ୩୦ ପ୍ରତିଶତ ପରୋକ୍ଷ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟୟ କରାଯିବ । ୨୫ କିଲୋମିଟର ବାହାରେ ଥିବା ଅଞ୍ଚଳରେ ଏହି ପାଣ୍ଠି ବ୍ୟବହାର କରାଯିବ ନାହିଁ ।
Comments are closed, but trackbacks and pingbacks are open.