ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଆଜି ୫ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନୂତନ ନିଯୁକ୍ତି ସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି, ଯାହା ମୋଟ ମଞ୍ଜୁରୀପ୍ରାପ୍ତ ୩୮ ପଦବୀରୁ ମାତ୍ର ଗୋଟିଏ କମ୍। ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ପ୍ରମୁଖ ବ୍ୟକ୍ତିତ୍ୱମାନେ ହେଲେ: ବିଚାରପତି ଚନ୍ଦ୍ରଶେଖର (ମୁଖ୍ୟ ବିଚାରପତି, ବମ୍ବେ ହାଇକୋର୍ଟ), ବିଚାରପତି ଶୀଳ ନାଗୁ (ମୁଖ୍ୟ ବିଚାରପତି, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ), ବିଚାରପତି ସଞ୍ଜୀବ ସଚ୍ଚଦେବ (ମୁଖ୍ୟ ବିଚାରପତି, ମଧ୍ୟପ୍ରଦେଶ ହାଇକୋର୍ଟ), ବିଚାରପତି ଅରୁଣ ପାଲି (ମୁଖ୍ୟ ବିଚାରପତି, ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟ), ଭି. ସୁବ୍ରମଣି ମୋହନା (ବରିଷ୍ଠ ଆଇନଜୀବୀ)। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି।
Comments are closed, but trackbacks and pingbacks are open.