“ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର” : ଦେବାଶିଷ ସାମନ୍ତରାୟ

44

ଭୁବନେଶ୍ବର  : ପଦ୍ମ ଧରିବା ପରେ ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ। ପ୍ରେସମିଟ୍ କରି ବର୍ଷିଲେ ପୂର୍ବତନ ରାଜ୍ୟସଭା ସାଂସଦ। କହିଲେ ନବୀନ ବାବୁଙ୍କୁ ମୋତେ ଦେଖା କରେଇ ଦେଲେନି। ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଷଡ଼ଯନ୍ତ୍ର ଚାଲିଛି। ବିଜେଡିର ଏବେ ବାପା, ମା ନଥିବା ଭଳି ସ୍ଥିତି। ଏନଡିଏ ସହ ମୋ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ବିଜେପିରେ ମିଶିବା ପରେ ମୋତେ ଘରକୁ ଫେରିବା ଭଳି ଅନୁଭବ ହେଉଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦେବାଶିଷ କହିଛନ୍ତି ଯେ, ମୋହନ ସରକାର ହେଉଛନ୍ତି ଲୋକଙ୍କ ସରକାର। କଟକର ବିଜେଡି ସଙ୍ଗଠନ ମୋ ସହ ଆସି ସାରିଲେଣି। ବାରବାଟୀ କଟକର ୨୮ ବିଜେଡି କର୍ପୋରେଟର ମୋ ସହିତ ଅଛନ୍ତି। ସେପଟେ ପ୍ରେସମିଟ୍ କରି ଦେବାଶିଷ ସାମନ୍ତରାୟଙ୍କଙ୍କୁ କଟାକ୍ଷ କଲା ବିଜେଡି। ଦଳ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ପ୍ରଲୋଭିତ କରେଇବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ ଏବେ ଦେଶରେ ଚାଲିଛି। ଗୋଟିଏ ଦଳ ଲୋକଙ୍କୁ ପ୍ରୋଲିଭିତ କରୁଛି। ସେହି ପ୍ରସେସରେ ଦୁଇ ଦିନ ତଳେ ଜଣେ ନେତା ଆମ ଦଳ ଛାଡିଛନ୍ତି। ଦଳର ଭଲ ସମୟରେ ଥିଲେ, ବିଜେଡିରୁ ପଦ ପଦବୀ ପାଇଥିଲେ। ପୂର୍ବରୁ କିଛି ଜଣ ଯାଇଥିଲେ। ହେଲେ ତାଙ୍କୁ ଦେଖିବାକୁ ମିଳୁନାହିଁ। ଏବେ ଦେବାଶିଷ  ସାମନ୍ତରାୟ ଗଲେ। ଦଳ ଯେତେବେଳେ ବିରୋଧୀ ଦଳରେ ଅଛି। ସେ ସମୟରେ କହୁଛନ୍ତି ମୁଁ ଏବେ ପୁରୁଣା ଘରକୁ ଫେରିଛି। ବିଜେପିରେ ଏବେ ପଲିଟିକାଲ ଟସଲ ଚାଲିଛି। ଦେବାଶିଷ ବାବୁ ଟ୍ରାପରେ ପଡିଲେ। ନବୀନ ବାବୁ ଆପଣଙ୍କୁ ୫ ଥର ଟିକେଟ ଦେବା ସହ ରାଜ୍ୟସଭାକୁ ପଠାଇଛନ୍ତି। ଯଦି ଅଣନିଶ୍ୱାସୀ ହେଉଥିଲେ ତାହାଲେ କାହିଁକି ସେତେବେଳେ ଇସ୍ତଫା ଦେଇ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲେନିନ। ସେ କହିଛନ୍ତି ଯେ, ଦେବାଶିଷ ବିଜେଡି କର୍ମୀଙ୍କୁ ଚ୍ୟାଲେଞ୍ଜ ଦିଅନ୍ତୁ ନାହିଁ। ଆପଣ କେତେ ବାଟ ଯାଇ ପାରିବେ ଆମେ ଦେଖୁଛୁ। ଏତେ ଉଲ୍ଲସିତ ହୁଅନ୍ତୁ ନାହିଁ। ଯଦି ବିଜେଡି ସଂଗଠନ ତାଙ୍କ ସହ ଅଛି ତାହାଲେ ଗତକାଲି କାହିଁକି ବିମାନ ବନ୍ଦରରେ କେହି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି।

Comments are closed, but trackbacks and pingbacks are open.