OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା

11

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ IAS ଅଧିକାରୀ ପ୍ରଦୀପ କୁମାର ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦ ଛାଡ଼ିଥିବା ଜଣାପଡ଼ିଛି। ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ସୋମବାର ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।ସରକାରୀ ନିର୍ଦ୍ଦେଶ ଅନୁସାରେ, ରାଜ୍ୟପାଳ ପ୍ରଦୀପ ଜେନାଙ୍କ ଇସ୍ତଫାକୁ ଅନୁମୋଦନ କରିଛନ୍ତି। ସେ ମେ ୨୫, ୨୦୨୬ ତାରିଖ ଅପରାହ୍ନରୁ OERC ଅଧ୍ୟକ୍ଷ ପଦର ଦାୟିତ୍ୱରୁ ଅବ୍ୟାହତି ନେବେ।ପ୍ରଦୀପ ଜେନା ରାଜ୍ୟ ପ୍ରଶାସନର ଜଣେ ଅଭିଜ୍ଞ ଅଧିକାରୀ ଭାବେ ପରିଚିତ। ଅବସର ପରେ ସେ OERC ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇ ବିଦ୍ୟୁତ ବଣ୍ଟନ, ଟାରିଫ ନିର୍ଦ୍ଧାରଣ ଏବଂ ବିଦ୍ୟୁତ କ୍ଷେତ୍ରର ବିଭିନ୍ନ ନୀତିଗତ ବିଷୟରେ କାମ କରୁଥିଲେ।

Comments are closed, but trackbacks and pingbacks are open.