ଏସ୍ଆଇ ପରୀକ୍ଷା କେଳେଙ୍କାରୀ:ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

9

କଟକ:ପୋଲିସ ଏସ୍ଆଇ ପରୀକ୍ଷା ଘୋଟାଲାରେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ସମେତ ମୋଟ ୧୭ ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ ।ସେହିପରି ଅସ୍ତ୍ରୋପଚାର ପାଇଁ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ପକ୍ଷରୁ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କରାଯାଇଥିବା ଆବେଦନକୁ ମଧ୍ୟ ଖାରଜ କରାଯାଇଛି । ଆସନ୍ତା ୩ ସପ୍ତାହ ମଧ୍ୟରେ ମୁନା ମହାନ୍ତି ଜେଲ ଫେରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଥିଲା । ପରେ ଏହାର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥିବାର ତଦନ୍ତରୁ ଜଣାପଡ଼ିଥିଲା । ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହରେ ଅକ୍ଟୋବର ୨୩ ତାରିଖରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ବା ସିବିଆଇକୁ ଦେବାକୁ ନିଷ୍ପତ୍ତି ନେଇଥିଲେ ।ଜାଲିଆତି ମାମଲାରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିସାରିଛି । ଚାର୍ଜସିଟରେ ୧୭ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହିତ ଚାର୍ଜସିଟ୍ ଦାଖଲ ହୋଇଛି

Comments are closed, but trackbacks and pingbacks are open.