ସୁନ୍ଦରଗଡ଼ରେ ତେଲ ସଙ୍କଟ: ମିଳୁନି ଡିଜେଲ, ଅସୁବିଧା ଭୋଗୁଛନ୍ତି ଚାଷୀ ଓ ଗାଡ଼ି ଚାଳକ

82

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ବିଭିନ୍ନ ପେଟ୍ରୋଲ ପମ୍ପରେ ଡିଜେଲ ମିଳୁନଥିବାରୁ ସାଧାରଣ ଜନଜୀବନ ଯାତ୍ରା ବ୍ୟାହତ ହେବା ସହ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡିଜେଲ ନମିଳିବା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗାଡ଼ି ଚାଳକ ଏବଂ ଚାଷୀ। ସ୍ଥାନୀୟ ଅଟୋ ଚାଳକମାନେ ତେଲ ପାଇଁ ଡହଳବିକଳ ହେଉଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ହେବା ଯୋଗୁଁ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଫଳରେ ଗାଡ଼ିର ମାସିକ କିସ୍ତି (EMI) କିଭଳି ସୁଝିବେ, ସେ ନେଇ ଚାଳକମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ, ବର୍ଷା ଆରମ୍ଭ ହେବା ପରେ ଚାଷୀମାନେ ଅତି ଉତ୍ସାହର ସହ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ଡିଜେଲ ଅଭାବରୁ ଟ୍ରାକ୍ଟର ଓ ପାୱାରଟିଲର ଚାଲିପାରୁ ନାହିଁ, ଯାହା ଚାଷ କାମକୁ ସମ୍ପୂର୍ଣ୍ଣ ମାନ୍ଦା କରିଦେଇଛି। ବର୍ତ୍ତମାନ ସ୍ଥିତିରେ ସବୁ ବର୍ଗର ଲୋକଙ୍କୁ ଡିଜେଲ ବୁନ୍ଦାଏ ପାଇଁ ବହୁ ସଂଗ୍ରାମ କରିବାକୁ ପଡୁଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଗାଡ଼ିର ଲମ୍ବା ଲାଇନ ଦେଖିବାକୁ ମିଳୁଛି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଡିଜେଲ ଯୋଗାଣ ସ୍ଵାଭାବିକ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Comments are closed, but trackbacks and pingbacks are open.