ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଭାରତୀୟ ଟଙ୍କା

36

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ସଙ୍କଟ ଜାରି ରହିଥିବା ବେଳେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଆଜି ବଜାରରେ ଡଲାର ସାମ୍ନାରେ ଟଙ୍କା ୯୬.୫୩ ର ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି, ଯାହା ଗତ ସୋମବାର ୯୬.୨୯ ସ୍ତରରେ ବନ୍ଦ ହୋଇଥିଲା। ବଢୁଥିବା ଆମଦାନୀ ବିଲ୍ ଅର୍ଥନୀତି ପାଇଁ ଚିନ୍ତା ବଢ଼ାଇଥିବା ବେଳେ ୨୦୨୬ ଆରମ୍ଭରୁ ହିଁ ଟଙ୍କା ଉପରେ ଏହି ଚାପ ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଏବଂ ଅଶୋଧିତ ତେଲ (Crude Oil) ଦର ବୃଦ୍ଧି ଏହାର ମୁଖ୍ୟ କାରଣ। ଯଦି ଏହି ସ୍ଥିତି ଜାରି ରହେ, ତେବେ ଟଙ୍କା ମୂଲ୍ୟ ୧୦୦ ସ୍ତର ମଧ୍ୟ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି।

Comments are closed, but trackbacks and pingbacks are open.