ଭୁବନେଶ୍ୱର: ବାଲିଅନ୍ତାର ସୋମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରଣା । ଏହି ଦୁଇ ଅଭିଯୁକ୍ତଙ୍କୁ ନୟାଗଡ଼ର ରଣପୁର ଜଙ୍ଗଲରୁ କ୍ରାଇମ୍ବ୍ରାଞ୍ଚ ଧରିବାରେ ସଫଳ ହୋଇଛି । ଉଭୟ ଏହି ଜଙ୍ଗଲରେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ସେମାନଙ୍କୁ ଧରିବାକୁ ସମସ୍ତ ପ୍ରକାର ଚେଷ୍ଟା ଆରମ୍ଭ କରିଦେଇଥିଲା । ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରଣାକୁ ଗିରଫ କରିବା ପରେ ବର୍ତ୍ତମାନ ପୋଲିସ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଗିରଫଦାରୀ ସଂଖ୍ୟା ୧୫ରେ ପହଞ୍ଚିଛି । ଏହି ଘଟଣାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବାବେଳେ, କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
Comments are closed, but trackbacks and pingbacks are open.