ଆଜି ପ୍ରକାଶ ପାଇବ CHSE ଯୁକ୍ତ ଦୁଇ ପରୀକ୍ଷା ଫଳ

17

ଭୁବନେଶ୍ୱର:ଆଜି CHSE ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨:୩୦ ରେ ପରୀକ୍ଷା ଫଳ ଘୋଷଣା କରାଯିବ।
ରେଜଲ୍ଟ ପ୍ରକାଶ ପାଇବା ପରେ, ଛାତ୍ରଛାତ୍ରୀମାନେ CHSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ chseodisha.nic.in ରେ ଏହାକୁ ଚେକ୍ କରିପାରିବେ। ଏହା ବ୍ୟତୀତ ସେମାନେ ଓଡ଼ିଶା ସରକାରଙ୍କ ଅଫିସିଆଲ୍ ରେଜଲ୍ଟ ପୋର୍ଟାଲ୍ results.odisha.gov.in କୁ ଯାଇ ମଧ୍ୟ ନିଜର ପରୀକ୍ଷା ଫଳ ଦେଖିବା ସହ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ଅନଲାଇନ୍ ମାର୍କସିଟ୍ ଡାଉନଲୋଡ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ଆଡମିଟ୍ କାର୍ଡରେ ଥିବା ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ୍ ନମ୍ବର ବ୍ୟବହାର କରି ଲଗ୍-ଇନ୍ କରିବାକୁ ପଡ଼ିବ।

Comments are closed, but trackbacks and pingbacks are open.