ଲୁଟ ଉଦ୍ଦେଶ୍ୟ ରେ ମାଆ-ଝିଅଙ୍କୁ ଛୁରାମାଡ଼ ହୋଇଥିଲା

22

ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଛୁରାମାଡ଼ ଘଟଣାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ I ଏହି ଷଡଯନ୍ତ୍ର ର ମୁଖ୍ୟ ଖଳନାୟକ ହେଉଛି ରୁପେଶ ପଣ୍ଡା I ଏବଂ ଏଥିରେ ତାକୁ ସହଯୋଗ କରିଥିଲା ସଞ୍ଜୟ ପଣ୍ଡା I ଦୁଇଜଣ ମିଶି କରିଥିବା ସୁପର ପ୍ଲାନ ଶେଷରେ ଫେଲ ମାରିଛି I ଏବଂ ପୋଲିସ ହାତରେ ବନ୍ଧା ହେଇଛନ୍ତି ଦୁଇବନ୍ଧୁ ରୂପେଶ ପଣ୍ଡା ଓ ତାଙ୍କ ସହଯୋଗୀ ସଞ୍ଜୟ ପଣ୍ଡା । ରୂପେଶ ଘର ତିଆରି ପାଇଁ ୧୮ ଲକ୍ଷ ଟଙ୍କା ଋଣ କରିଥିଲେ। ଆଉ ଏହି ଋଣ ଟଙ୍କା ଶୁଝିବା ପାଇଁ ପଡୋଶୀ ଙ୍କ ଘରୁ କରିଥିଲେ ଲୁଟ୍ ଯୋଜନା । ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତ ସଞ୍ଜୟ ପଣ୍ଡାକୁ ନୟାପଲ୍ଲୀ ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଦୁହେଁ ଗୋଟିଏ ଘରୋଇ ଟିଭି ସଂସ୍ଥାରେ କାମ କରୁଥିବା ବେଳେ ମାସେ ପୂର୍ବରୁ ଏହି କାଣ୍ଡ ଘଟାଇବା ପାଇଁ ପ୍ଲାନିଂ କରିଥିଲେ । ୧ ନମ୍ବର ମାର୍କେଟରୁ ଦୁହେଁ ଏଥିପାଇଁ ଛୁରୀ, ଖେଳାନା ବନ୍ଧୁକ ଓ ଚିହ୍ନା ନ ପଡ଼ିବା ପାଇଁ ଝିଅ ଡ୍ରେସ୍ କିଣିଥିଲେ । ଗତ ୧ ତାରିଖରେ ରୂପେଶ ଅନ୍ୟ ସ୍ଥାନକୁ ଯାଇ ମ୍ୟାକ୍ସି ପିନ୍ଧି ପ୍ରଫେସରଙ୍କ ଘରକୁ ଅଟୋରେ ଆସିଥିଲା । ପ୍ରଥମେ ଘର ଭିତରକୁ ପ୍ରବେଶ କରି କଲିଂ ବେଲ ମାରିଥିଲା I ବେଲ ଶୁଣି ପ୍ରଫେସର ଙ୍କ ଝିଅ ଆସି କବାଟ ଖୋଲିଥିଲେ ଏହାପରେ ରୁପେଶ ପ୍ରଥମେ ତାଙ୍କୁ ସାଥିରେ ଆଣିଥିବା ଛୁରୀ ରେ ଆକ୍ରମଣ କରିଥିଲା ପାଟି ଶୁଣି ପ୍ରଫେସରଙ୍କ ସ୍ତ୍ରୀ ଆସିଯିବାରୁ ତାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା I କିନ୍ତୁ ସେହି ସମୟରେ ସାହସିକତା ଦେଖାଇ ଉଭୟ ମା ଏବଂ ଝିଅ ଆତ୍ମରକ୍ଷା ପାଇଁ ରୁପେଶ କୁ ପ୍ରତି ଆକ୍ରମଣ କରିଥିଲେ I ଏଥିରେ ରୁପେଶ ଆହତ ହୋଇ ତଳେ ପଡିଯାଇଥଲା I ତାଙ୍କ ପାଟିଶୁଣି ପଡୋଶୀ ମାନେ ଜମା ହୋଇ ପୋଲିସ୍ କୁ ଖବର ଦେଇଥିଲେ ଏବଂ ତିନିଜଣ ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା I
ତେବେ ଏହି ଘଟଣା ରେ ସାହସିକତା ଦେଖାଇଥିବାରୁ ମାଆ-ଝିଅଙ୍କୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍ ମିଟରେ ସୂଚନା ଦେଇଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ଆଜି ରୂପେଶକୁ ପୋଲିସ ଗିରଫ କରିଥିଲା । ମାଆ-ଝିଅଙ୍କ ଅଭିଯୋଗ ପରେ ରୂପେଶ ନାମରେ ଲୁଟ୍ ପାଇଁ ୩୯୩ ଦଫା ଓ ହତ୍ୟା ଉଦ୍ୟମ ପାଇଁ ୩୦୭ ଦଫା ଲାଗିଛି । ତେବେ ପୂର୍ବରୁ ଏହି ଆକ୍ରମଣ ପଛର ମୁଖ୍ୟ କାରଣ ପ୍ରେମ ବା ଅର୍ଥ ବୋଲି ଅନୁମାନ କରାଯାଉଥିଲା । ଏବେ ଏହା ଉପରୁ ପରଦା ହଟି ଆର୍ଥିକ ଋଣଭାର ମୁଖ୍ୟ କାରଣ ବୋଲି ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି I

Leave A Reply

Your email address will not be published.