ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟର ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

21

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜମ୍ମୁ-କଶ୍ମୀର ଯାଇ ନୌଶେରା ସେକ୍ଟରର ଫରୱାଡ ଆଉଟ ପୋଷ୍ଟରେ ଥିବା ବୀର ଯବାନଙ୍କ ସହ ଦୀପାବଳି ଉତ୍ସବକୁ ପାଳନ କରିବେ।
ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏହି ନୌଶେରା ସେକ୍ଟରଟି ପାକିସ୍ତାନ ସୀମାକୁ ଲାଗିଛି। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରାୟ ପ୍ରତିବର୍ଷ ଦୀପାବଳିରେ ବର୍ଡର ଆଉଟ ପୋଷ୍ଟ ଯାଇ ଯବାନଙ୍କ ସହ ଏହି ଉତ୍ସବକୁ ପାଳନ କରନ୍ତି। ମୋଦି ଯବାନଙ୍କୁ ମିଠା ସହ ଅନ୍ୟାନ୍ୟ ଉପହାର ପ୍ରଦାନ କରନ୍ତି। ୨୦୧୯ରେ ମଧ୍ୟ ସେ ରଜୌରୀରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ।କିଛି ଦିନ ହେବ ପୁଞ୍ଚ ଓ ରଜୌରୀରେ ଥିବା ଜଙ୍ଗଲିଆ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଆତଙ୍କୀଙ୍କୁ ଜବାବ ଦେବା ବେଳେ ଅନେକ ଯବାନ ମଧ୍ୟ ସହିଦ ହୋଇଥିବା ଖବର ମିଳିଛି। ଶନିବାର ରଜୌରୀ ସ୍ଥିତ ଏଲଓସିରେ ବିସ୍ଫୋରଣ ହେବାରୁ ୨ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଜଣେ ଯବାନ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି।
ଏପରି ସ୍ଥିତିରେ ମୋଦି ସେହି ରଜୌରୀକୁ ଯାଇ ଦୀପାବଳି ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.