ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

30

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତୈଳ ଗଚ୍ଛିତ ଅଛି, ତେଣୁ ଲୋକମାନେ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ସେ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଆଗାମୀ ୧୩ ଦିନ ପାଇଁ ଆବଶ୍ୟକୀୟ ତୈଳ ମହଜୁଦ ରହିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଅତ୍ୟଧିକ ଭିଡ଼ ଯୋଗୁଁ ମାଲିକମାନେ ନିଜ ଆଡ଼ୁ ସ୍ୱଳ୍ପ ପରିମାଣର ତେଲ ଦେଉଥାଇ ପାରନ୍ତି, ମାତ୍ର ସରକାରଙ୍କ ପକ୍ଷରୁ ତେଲ ବିକ୍ରି ଉପରେ କୌଣସି କଟକଣା କିମ୍ବା ନୂତନ ନିୟମ ଲାଗୁ କରାଯାଇନାହିଁ। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାରୁ ଗୁଜବରେ ବିଶ୍ୱାସ ନକରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.