ପଥର ସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର: ଅପରେସନ ‘ଶିବ’ ସଫଳ

27

ଭୁବନେଶ୍ୱର: ମହୁ ଫେଣା ଭାଙ୍ଗିବାକୁ ଯାଇ ପଥର ସନ୍ଧିରେ ଫସିଥିଲେ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ନାବାଳକ ଶିବ ପ୍ରଧାନ। ଦୀର୍ଘ ୧୦ ଘଣ୍ଟାର ରେସକ୍ୟୁ ଅପରେସନ ପରେ ତାକୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ ଯେ, ନୟାଗଡ଼ ବାଉଁଶଗାଡ଼ିଆ କାନିପଦା ଜଙ୍ଗଲରେ ଥିବା ପାହଡ଼ରେ ମହୁ ଫେଣା ଭାଙ୍ଗିବାକୁ ଶିବ ଯାଇଥିଲେ। ଏହି ସମୟରେ ମାଟି ଖସିଯିବାରୁ ପଥର ସନ୍ଧିରେ ଫସି ଯାଇଥିଲେ ସେ । ପଥର ସନ୍ଧିରେ ସକାଳ ୭ଟାରୁ ଫସି ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଭୁବନେଶ୍ବର ଅଗ୍ନିଶମ ବିଭାଗର କମାଣ୍ଡ କଣ୍ଟ୍ରୋଲ ରୁମରୁ ମଧ୍ୟ ମନିଟରିଂ କରାଯାଇଥିଲା । ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କୁ ଭିସି ମାଧ୍ୟମରେ ଗାଇଡ କରିଥିଲେ ବରିଷ୍ଠ ଅଧିକାରୀ। ଶେଷରେ ଦୀର୍ଘ ୧୦ ଘଣ୍ଟା ପରେ ଅପରେସନ ‘ଶିବ’ ସଫଳ ହୋଇଥିଲା ।

Comments are closed, but trackbacks and pingbacks are open.