କଳିଙ୍ଗନଗର ହତ୍ୟାକାଣ୍ଡ ଘଟଣାର ଖୁଲାସା କଲେ ଭୁବନେଶ୍ୱର ଡିସିପି

31

ଗତକାଲି ଭୁବନେଶ୍ୱର କଳିଙ୍ଗ ନଗରରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ I ଏହି ହତ୍ୟାକାଣ୍ଡ ନିଜେ ସ୍ୱାମୀ ରଚିଥିଲା I ସେ ନିଜର ପତ୍ନୀ ଏବଂ ୯ ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟାକାରୀ ଫେରାର ହୋଇଯାଇଥିଲା I ଡିସିପି ଉମାଶଙ୍କର ଦାସ ଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଆର୍ଥିକ ଦୁଶ୍ଚିନ୍ତାରେ ରହୁଥିଲା I ଗତବର୍ଷ କରୋନା ଯୋଗୁଁ ହାଇଦ୍ରାବାଦ ରୁ ଚାକିରୀ ଛାଡି ଭୁବନେଶ୍ୱର ଘରେ ଆସି ରହୁ ଥିଲା ଏହି ସମୟରେ ବ୍ୟବସାୟ ପାଇଁ ବିଭିନ୍ନ ଜାଗାରୁ ଲୋନ୍ କରିଥିଲା। ଏହି ଲୋନ କୁ ସେ ସୁଝି ପରି ନଥିଲା ଯେଉଁ କାରଣରୁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲା। ସୋମବାର ଦିନ ମଧ୍ୟାହ୍ନ ଭୋଜନରେ ମା’ପୁଅ ଙ୍କ ଖାଦ୍ୟରେ ନିଦ ଔଷଧ ଦେଇ ଶୁଆଇ ଦେଇଥିଲା ଏବଂ ରାତିରେ ଉଭୟ ଙ୍କୁ ତଂଟି ଚିପି ହତ୍ୟା କରିଥିଲା ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲା I ଏହି ଘଟଣାକୁ ସେ ପ୍ରଥମେ ନିଜ ଭଣଜାକୁ ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାରୁ ଏହା ପ୍ରଘଟ ହୋଇଥିଲା I ଅଭିଯୁକ୍ତର ଭଣଜାର ଷ୍ଟେଟମେଣ୍ଟକୁ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି। ମହିଳା ଓ ତାଙ୍କ ପୁଅର ମୃତଦେହର ପୋଷ୍ଟମର୍ଟମ ଏମ୍ସରେ କରାଯିବ।ତେବେ ସେହି ହ୍ୱାଟ୍ସଆପ୍ ଚାଟକୁ ଜବତ କରାଯାଇଛି ଏବଂ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି I

Leave A Reply

Your email address will not be published.