ଶୀତ ଦିନରେ କେଶ ର ଯତ୍ନ ଆସନ୍ତୁ ଜାଣିବା

44
  • ଶୀତଋତୁରେ କେଶର ଯତ୍ନ ଅଧିକ ନେବାକୁ ପଡେ I ନିୟମିତ ଭାବରେ କେଶରେ ତେଲ ମାଲିସ କରିବାକୁ ସୌନ୍ଦର୍ଯ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି I ଶୀତଋତୁରେ ସପ୍ତାହରେ ଅନ୍ତତଃ ଦୁଇରୁ ତିନି ଥର କେଶରେ ତେଲ ମାଲିସ କରନ୍ତୁ I ତେଲ ମାଲିସ କରିବାର ଶୈଳୀ :
  • ଆପଣ ଲଗାଉଥିବା ଯେ କୌଣସି ତେଲ ,ଅଲିଭ ତେଲ,ସୋରିଷ ତେଲ,ଅବା ନଡ଼ିଆ ତେଲ କୁ ସାମନ୍ୟ ନଖ ଉଷୁମ କରି କେଶ ମୂଳରେ ମାଲିସ କରି ପାରିବେ I
  • ଆଗୁଁଠି ଅଗରେ ତେଲ ନ ଲଗାଇ ବରଂ ତୁଳା ସାହାଯ୍ୟରେ ତେଲ ନେଇ ମୁଣ୍ଡରେ ମାଲିସ କଲେ ସଂକ୍ରମଣ ର ଆଶଙ୍କା ରହି ନ ଥାଏ I
  • ତେଲ ମାଲିସ କରିବା ପୂର୍ବରୁ ପ୍ରଥମେ କେଶକୁ ଭଲ ଭାବରେ କୁଣ୍ଡାଇ ନିଅନ୍ତୁ I
  • ରାତିରେ କେଶରେ ଭଲ ଭାବରେ ତେଲ ମାଲିସ କରି ସୋଇ ଯାନ୍ତୁ , ପରଦିନ ସକାଳେ କେଶକୁ ଧୋଇ ନେବେ ଏପରି କଲେ ରାତିରେ ନିଦ ଭଲ ହେବା ସହ କେଶ ମୂଳକୁ ସମସ୍ତ ପୋଷକ ତତ୍ତ୍ୱ ଯାଇ କେଶକୁ ଶକ୍ତ କରେ I
  • ଯଦି ଆପଣ କେଶରେ କୌଣସି ପ୍ୟାକ ଲଗାଉଥାନ୍ତି,ମେହେନ୍ଦି ଅବା ଅଁଳା ଗୁଣ୍ଡ ପ୍ୟାକ ତେବେ ସେଥିରେ କିଛି ତେଲ ମିଶାଇ ଦିଅନ୍ତୁ I
  • କେଶରେ ତେଲ ମାଲିସ ପରେ କେଶ କୁ ଜୋର କରି ବାନ୍ଧନ୍ତୁ ନାହିଁ ,କେଶ କୁ ଖୋଲା ରଖିଲେ ଭଲ I
  • ଯଦି ସମୟ ଥାଏ କେଶରେ ତେଲ ମାଲିସ ପରେ କିଛି ସମୟ ଉଷୁମ ତଉଲିଆକୁ ମୁଣ୍ଡରେ ଗୁଡ଼ାଇ ରଖିଲେ କେଶ ମୂଳ ଶକ୍ତ ହୋଇ ଥାଏ I
  • ଶୀତଦିନରେ ଯେ କୌଣସି ପ୍ୟାକ ମୁଣ୍ଡରେ ଲଗାଇବା ଅତ୍ୟନ୍ତ ଜରୁରୀ ଅତି କମ ରେ ମାସକୁ ଦୁଇଥର କରିବା ଭଲ I ଆପଣ ଅଣ୍ଡା ର ଧଳା ଅଂଶ ସହିତ ଫଳେ ଲେମ୍ବୁ ରସ ଏବଂ ଏକ ଚାମଚ ପିଆଜ ରସ ମିଶାଇ ଲଗାଇଲେ କେଶରୁ ରୁପି ସମସ୍ୟା ଦୂର ହୋଇ ଥାଏ I
  • ସେହି ଭଳି ଆପଣ ରାତିରେ ଗୋଟIମେଥିକୁ ପାଣିରେ ବତୁରେଇ ସକାଳେ ତାକୁ ଗ୍ରାଇଡିଙ୍ଗ କରି ସେଥିରେ ଦୁଇ ଚାମଚ ଦହି ମିଶାଇ ଲଗାଇ ପାରିବେ I( ଯଦି ଥଣ୍ଡା ଧରୁ ନଥାଏ )
  • ଆପଣ ଯଦି ପ୍ରାକୃତିକ ଉପାୟରେ କେଶକୁ କଣ୍ଡିସନିଙ୍ଗ କରିବାକୁ ଚାହୁଁଥାନ୍ତି ତେବେ ନାଲି ଚା କୁ ଥଣ୍ଡା କରି ସେହି ପାଣିରେ ଅଳ୍ପ ପରିମାଣରେ ଲେମ୍ବୁରସ ମିଶାଇ ସାମ୍ପୁ କରି ସାରିବାପରେ ଲଗାଇ ପାରିବେ I
  • ଘରେ ଯଦି ଗ୍ରୀନ TEA ପିଉଥାନ୍ତି ତେବେ ଚା ଛାଣି ସାରିବା ପରେ ଆଉଥରେ ପାଣିଦେଇ ଫୁଟାଇ ସେହି ପାଣିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁଣ୍ଡ ଧୋଇ ସାରିବା ପରେ ଲଗାଇ ପାରିବେ ,ଆଶ୍ଚର୍ଯ୍ୟ ଜନକ ଭାବରେ କେଶରେ ଚମକ ଆଣିଥାଏ I
  • କେଶ ମୂଳରେ ଆଲୋଭେରା ରସ ସହିତ ମହୁ ମିଶାଇ ମାଲିସ କଲେ ମଧ୍ୟ କେଶକୁ ପର୍ଯ୍ୟାପ୍ତ ପରିମାଣରେ ପୋଷୋକ ତତ୍ତ୍ୱ ମିଳି ଥାଏ I
Leave A Reply

Your email address will not be published.