କରୋନା ମୃତକ ପରିବାରକୁ ସହାୟତା ରାଶି ପ୍ରଦାନ ପାଇଁ ସ୍ୱତନ୍ତ୍ର ଆପ :’କ୍ୟାପସ’

26

ବୁଧବାର ଠାରୁ କରୋନା ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସରେ ଅଫଲାଇନ କିମ୍ବା ଅନ ଲାଇନରେ hppps://caps. Odisha. Gov. Inn ଜରିଆରେ ରେ ଆବେଦନ କରିବେ l ଯାହାଫଳରେ ସେମାନେ ସହଜରେ ସରକାର ଙ୍କ ଏସ ଡ଼ିଆରଏଫ ପାଣ୍ଠିରୁ ୫୦ ହଜାର ଟଙ୍କାର ସହାୟତା ରାଶି ପାଇପାରିବେ I ଏ ନେଇ ଅକ୍ଟୋବର ୪ ରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଥିଲେ I ରାଜ୍ୟ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି ) ଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଏହି ସ୍ୱତନ୍ତ୍ର ଆପ ଜରିଆରେ ୩୦ ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି Iସେହି ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫେରନ୍ସ ଜରିଆରେ ବିଭାଗୀୟ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l

ଏସଆରସି ପ୍ରଦୀପ ଜେନା ଙ୍କ ପକ୍ଷରୁ କୁହାଯାଇଛି ମୃତକଙ୍କ ପରିବାରକୁ ଯଥାଶୀଘ୍ର ଏହି ସହାୟତା ରାଶି ଯୋଗାଇ ଆଇଟି ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଆପ ‘କ୍ୟାପସ’ କୁ ବିକଶିତ କରାଯାଇଛି I ଏଥିପାଇଁ କେଉଁ ଅଧିକାରୀମାନେ କିପରି ନିଜ କାମ ସାରିବେ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ l ଉଭୟ ଇଂରାଜୀ ଓ ଓଡ଼ିଆରେ ଆବେଦନ କରିପାରିବେ ମୃତକ ପରିବାର ଲୋକେ l ଆବେଦନ ସମୟରେ କରୋନା ମୃତ୍ୟୁର ପ୍ରମାଣ ପତ୍ର ସହ ଅନ୍ୟାନ୍ୟ କାଗଜ ପତ୍ର ଦାଖଲ କରିବେ l ସମସ୍ତ କାଗଜ ପତ୍ର ଅପଲୋଡ଼ ହେବା ପରେ ତହସିଲଦାର ଆବେଦନକାରୀଙ୍କୁ ଚିନ୍ହଟ, ତଦାରଖ ସହ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବେ l ପରେ ତହସିଲଦାର ଓ ଆରଆଇ ନିଜେ ଆବେଦନକାରୀଙ୍କ ପାଖକୁ ଯାଇ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ l

ସରକାରଙ୍କ ନିଷ୍ପତି ଅନୁଯାୟୀ ନଭେମ୍ବର ୩ ରୁ ହିତାଧିକାରୀ ଅଫଲାଇନ କିମ୍ବା ଅନ ଲାଇନ ରେ ଆବେଦନ କରିପାରିବେ I ମୃତକ ଙ୍କ ପରିବାର ସଦସ୍ୟ ଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ସହାୟତା ରାଶି ଆସି ପାରିବ Iଏଥିପାଇଁ ମୃତକ ଙ୍କ କରୋନା ପ୍ରମାଣ ପତ୍ର ସହିତ ଅନ୍ୟନ୍ୟ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କାରିବାକୁ ପଡିବ Iଏହା ପରେ ତହସିଲଦାର ସମସ୍ତ କାଗଜ ପତ୍ରକୁ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଉପଜିଲ୍ଲାପାଳ ଏହାକୁ ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଆବେଦନକାରୀ କାଗଜ ତନଖି ଦେଖିବା ସହ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଜିଲ୍ଲାରେ ଏଥି ସକାଶେ ଜଣେ ନୋଡାଲ ଅଫିସର ରହିବେ l

Leave A Reply

Your email address will not be published.