ଭୁବନେଶ୍ୱର: ଯୁଦ୍ଧ ଜାରି ରହିଥିବା ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି ନୂଆ ନିୟମ ଆଣିଛନ୍ତି । ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ ବିକ୍ରି କରିପାରିବେ ନାହିଁ । ଏଥିପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକୁ ତାଗିଦ୍ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଏଭଳି ଏକ ନୋଟିସ୍ ଲଗାଯାଇଛି । ଭୁବନେଶ୍ଵର ଆରଏସଏର ବିକ୍ରି ଅଧିକାରୀଙ୍କ ଦ୍ଵାରା ଏହି ନୋଟିସ୍ ଜାରି କରାଯାଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗିଥିବା କୁହାଯାଉଛି । ରାଜ୍ୟରେ ୩ଟି ସରକାରୀ ପେଟ୍ରୋଲ ପମ୍ପ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ, ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର ୨୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି । ସେଥି ମଧ୍ୟରୁ କେବଳ ଇଣ୍ଡିଆନ୍ ଅଏଲର ୧୪୦୦ ପମ୍ପ୍ ରହିଛି । ଭୁବନେଶ୍ଵର ଆରଏସଏ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଥିବାରୁ ସାରା ରାଜ୍ୟରେ ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା କୁହାଯାଉଛି ।
Comments are closed, but trackbacks and pingbacks are open.