ମହିଳା ବେଶରେ ପଡୋଶୀଙ୍କ ଘରେ ପଶି ଯୁବକଙ୍କ ଛୁରାମାଡ଼

20

ଆଜି ଭୁବନେଶ୍ୱରରେ ଏକ ରହସ୍ୟମୟ ଘଟଣା ଘଟିଛି । ଏହି ଘଟାଣାର ସତ୍ୟାସତ୍ୟ କଣ ସଠିକ ଜଣାପଡି ନଥିଲେ ମଧ୍ୟ ଏହା ଦୁଇ ପଡୋଶୀଙ୍କ ମଧ୍ୟରେ ଘଟିଥିବା ଜଣା ପଡିଛି I ତେବେ ଦୁଇ ପଡୋଶୀଙ୍କ ର ଭିନ୍ନ ଭିନ୍ନ ବୟାନ ଶୁଣିବାକୁ ମିଳୁଛି I ଜଣେ ପଡୋଶୀ ଯୁବକ, ଆଉ ଜଣଙ୍କ ଘରେ ମହିଳା ବେଶରେ ପଶି ଘରେ ଥିବା ମା’ଏବଂ ତାଙ୍କ ଝିଅ ଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଯୁବକ ଜଣକ ମଧ୍ୟ ଗୁରୁତର ଆଘାତ ପାଇଛନ୍ତି I ତେବେ ଉଭୟ ପଡୋଶୀଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I

ଘଟଣାରୁ ପ୍ରକାଶ ସମୟ ଦିନ ସାଢେ ୧୨ଟା । ସ୍ଥାନ ଶୈଳଶ୍ରୀ ବିହାର ଭିଆଇଏମ୍-୧୮୬ ଘର ଭିତରକୁ ରୁପେଶ ପଣ୍ଡା ନାମକ ଜଣେ ଯୁବକ ଯୁବତୀ ବେଶରେ ପଶିଥିଲେ । ଘରର କଲିଂ ବେଲ୍ ମାରିଲେ ଆଉ ଶବ୍ଦ ଶୁଣି ଘର ଭିତରୁ ମା’ ଓ ଝିଅ ବାହାରକୁ ଆସିଲେ । ଏହାପରେ ହାତରେ ଛୁରୀ ନେଇ ମା ଓ ଝିଅ ଙ୍କୁ କରିଥିଲେ ଅତର୍କିତ ଆକ୍ରମଣ I ଆଉ ପ୍ରତିରକ୍ଷା ରେ ମାଆ ଝିଅ ମଧ୍ୟ ଯୁବକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ପକାଇଥିଲେ ।
କିଏ, କାହାକୁ, କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ ଛୁରା ମାଡ କରିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଅନ୍ୟପଟେ ରୁପେଶ ପଣ୍ଡା ଙ୍କ ସ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି ମୁ ଘର ଭିତରେ ଥିବା ସମୟରେ ଏକାଧିକ ଯୁବକ ଆସି ମୋ ସ୍ୱାମୀଙ୍କୁ ଛୁରା ମାଡ଼ କଲେ ଓ ଗାଡ଼ି ଛଡ଼ାଇ ନେଇଗଲେ। ଆଉ ଅଧିକ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି I

ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ବି ଏ ଯାଏ ରୂପେଶ ମୁହଁ ଖୋଲି ନାହାନ୍ତି। ତେଣୁ କ’ଣ ପାଇଁ ରୂପେଶ ପଡ଼ୋଶୀ ଘରକୁ ଯାଇଥିଲେ, କିଏ ଓ କାହାକୁ ଆକ୍ରମଣ କଲା ସେ ନେଇ ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ I

Leave A Reply

Your email address will not be published.