କେନ୍ଦୁଝର ବିଜେପିର ଏସପି ଅଫିସ ଘେରାଉ ସମୟରେ ପୁଲିସର ଲାଠି ମାଡ଼

23

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କେନ୍ଦୁଝର ବିଜେପିର ଏସପି ଅଫିସ ଘେରାଉ ସମୟରେ ପୁଲିସର ଲାଠି ମାଡ଼ ହେଇଥିବା ସୂଚନା ମିଳିଛି । ୪ ଦଫା ଦାବି ନେଇ ବିଜେପିର ଏସପି ଅଫିସ୍ ଘେରାଉ କରିଥିଲା ବିଜେପି Iଶହ ଶହ ବିଜେପି କର୍ମୀ ମାନେ ଅଫିସ ଆଡ଼କୁ ମାଡି ଆସି ଅଫିସକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ହଟାଇବାକୁ ପୁଲିସ ପକ୍ଷରୁ ପ୍ରବଳ ଲାଠି ଚାର୍ଜ ହେଇଥିଲା । ଫଳରେ ଆନ୍ଦୋଳନକୁ ଆହୁରି ଜୋର କରିଥିଲା ବିଜେପି I ବିଜେପି ସଭାପତି ସବୁକ ମହାନ୍ତ ଓ ମହିଳା ମୋର୍ଚ୍ଚର ସଭାନେତ୍ରୀ ମମତା ସିଂଙ୍କ ସହ କିଛି ବିଜେପି କର୍ମୀ ଙ୍କୁ ଉଠାଇନେଇଥିଲା ପୋଲିସ ଇ ଏହାପରେ ଦଳୀୟ ନେତାମାନେ ଅଫିସ ଆଗରେ ଧାରଣରେ ବସିଥିଲେ । ମମିତା ମେହେର ମାମଲାରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅପ୍ରାଧ ନିୟନ୍ତ୍ରଣରେ ଜିଲ୍ଲା ଏସ୍ପି ଙ୍କ ଉଦାସୀନତା ତଥା ବିଧାୟକ ମୋହନ ମାଝୀଙ୍କ ଗାଡିକୁ ଆକ୍ରମଣ ଘଟଣାରେ ଦୋଷୀଙ୍କୁ ଦଣ୍ଡ ବିଧାନ ନହେବା, ଇତ୍ୟାଦି ପ୍ରସଙ୍ଗରେ ଏହି ଆନ୍ଦୋଳନ କରାଯାଇଥିଲା ।

Leave A Reply

Your email address will not be published.