କୋଭାକ୍ସିନ୍‌କୁ ଟୀକାକୁ ଅଷ୍ଟ୍ରେଲିଆ ର ସମ୍ମତି ପ୍ରଦାନ

20

ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ଚୀନ୍‌ର ସିନୋଫାର୍ମ ଦ୍ୱାରା ନିର୍ମିତ ଟିକା ନେଇଥିବା ବ୍ୟକ୍ତି ଏଣିକି ଅଷ୍ଟ୍ରେଲିଆ ଯାତ୍ରା କରିପାରିବେ। ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଏନେଇ ଏକ ପ୍ରସ୍‌ ରିଲିଜ ଜାରି କରାଯାଇଛି। କୋଭାକ୍ସିନ୍‌ ପାଇଁ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ଯାତ୍ରୀ ଏବଂ ଚୀନ୍‌ର BBIBP-CorV ପାଇଁ ୧୮ରୁ ୬୦ ବର୍ଷ ଟିକା ନେଇସାରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଅନୁମତି ମିଳିଛି।
ପୂର୍ବରୁ TGA କେବଳ ଅଷ୍ଟ୍ରେଲିଆରେ ବ୍ୟବହାର ପାଇଁ ଅନୁମୋଦିତ ଟିକା ଏବଂ ଭାରତରୁ କୋଭିସିଲ୍ଡ ଓ ଚାଇନାରୁ ସିନୋଭାକ୍ ଦ୍ୱାରା ପ୍ରସ୍ତୁତ ଟିକାକୁ ଯାତ୍ରା ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଉଦ୍ଦେଶ୍ୟରେ ସ୍ୱୀକୃତି ଦିଆଯାଉ ବୋଲି ପରାମର୍ଶ ଦେଇଥିଲା।
ଏବେ କିନ୍ତୁ ଅଷ୍ଟ୍ରେଲିଆ ନିଜ ନିୟମରେ ପରିବର୍ତ୍ତନ କରିଛି। ଭାରତୀୟ ବାୟୋଟେକ୍‌ ଟିକା କୋଭାକ୍ସିନ୍‌କୁ ଅନୁମତି ଦେଇଛି। ଏହି ପଦକ୍ଷେପ ଆନ୍ତର୍ଜାତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ, କୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନଙ୍କର ଅଷ୍ଟ୍ରେଲିଆ ଯାତ୍ରା ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।
ସେପଟେ ଏପ୍ରିଲ୍ ୧୯ ତାରିଖରେ କୋଭାକ୍ସିନ୍‌ର ଜରୁରିକାଳୀନ ଅନୁମତି ପାଇଁ WHO ପାଖରେ ଆବେଦନ କରିଥିଲା ଭାରତ I କିନ୍ତୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏଯାଏଁ କୋଭାକ୍ସିନ୍‌କୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିନାହିଁ। ଭାରତ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଜୋର ଦେଉଥିବା ବେଳେ ନଭେମ୍ବର ତିନି ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ ବୋଲି WHO କହିଛି ।

Leave A Reply

Your email address will not be published.