ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଖଣ୍ଡୋଲାଇଟ ପଥର ନିର୍ମିତ ଘରକୁ ନେଇ ବିବାଦ

156

ଭୁବନେଶ୍ୱର: ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ୱରର ଖଣ୍ଡୋଲାଇଟ ପଥର ନିର୍ମିତ ଘରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ତାଙ୍କ ଦାଦା ତଥା ଯାଜପୁର ପୌରପାଳିକା ପୂର୍ବତନ ଅଧ୍ୟକ୍ଷ ଯଯାତି କେଶରୀ ଦାସ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ସେହି ଘର ବବିଙ୍କର ନୁହେଁ। ସେହି ଘର ସାଧୁ ବାବୁଙ୍କର ସାଧୁ ହେଉଛନ୍ତି ଯଯାତିଙ୍କ ବାପା ତଥା ବବିଙ୍କ ଜେଜେ। ସେହିପରି ସେହି ଘରେ ଲାଗିଥିବା ପଥର ଖଣ୍ଡୋଲାଇଟ ନୁହେଁ କି ସେଗୁଡ଼ିକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ଅଣାଯାଇନାହିଁ। ସେହି ଘରେ ଲାଗିଥିବା ପଥର ରାଜସ୍ଥାନର ଯୋଧପୁରରୁ ଅଣାଯାଇଛି। ଏଥିସହିତ ସେଗୁଡ଼ିକୁ ସେଠାରୁ କିଣାଯାଇଥିବା ନେଇ ସେ ପ୍ରମାଣ ଦେଖାଇଛନ୍ତି। ଯଯାତି କେଶରୀ ଦାସ କହିଛନ୍ତି ଯେ ବବିଙ୍କ ନାଁରେ ହୀନ ରାଜନୀତି କରିବା ପାଇଁ ତାଙ୍କର ପୂରା ପରିବାରକୁ ଟାର୍ଗେଟ କରାଯାଇଛି। ଯେଉଁମାନେ ଏସବୁ କରୁଛନ୍ତି, ସେମାନେ ଏଭଳି ଅପ ପ୍ରଚାରରୁ ଦୂରେଇ ରହିବା ଉଚିତ। ନହେଲେ ଆଇନର ଆଶ୍ରୟ ବି ନିଆଯାଇପାରେ ବୋଲି ସେ କହିଛନ୍ତି।

Comments are closed, but trackbacks and pingbacks are open.