ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା

55

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଏକ ବଡ଼ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲ ୧୬ରୁ ୧୮ ତାରିଖ ଦେଶର ୨୫ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି । ସଂସଦରେ ତ୍ରିଦିବସୀୟ ମାତୃଶକ୍ତି ବନ୍ଦନ ଅଧିନିୟମ ଉପରେ ବିଷଦ ଚର୍ଚ୍ଚା କେବଳ ଦେଶର ନାରୀ ଶକ୍ତିକୁ ୨୦୨୯ ମସିହାରେ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ଦେବ ନାହିଁ ବରଂ ୨୦୪୭ ମସିହାରେ ବିକଶିତ ଭାରତର ସ୍ଵପ୍ନକୁ ସଫଳ ରୂପାୟନ କରିବାର ଆଧାର ଶୀଳା ହେବ । ଏହା ମହିଳାଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶର ରାସ୍ତା ଖୋଲିବ ବୋଲି ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମନ୍ତବ୍ୟ ରଖିଛନ୍ତି l ମହିଳାଙ୍କୁ ସ୍ଥାନ ସଂରକ୍ଷଣ ନୁହେଁ ବରଂ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ଦୀର୍ଘ ଦିନର ବହୁ ପ୍ରତିକ୍ଷିତ ଶୁଭ ମୁହୂର୍ତ୍ତର ଅୟମାରମ୍ଭ ସହ ଏପ୍ରିଲ ୧୬ରୁ ୧୮ ଭିତରେ ମୋଦୀଙ୍କ ନେତୃତ୍ୱରେ ଦୃଢ଼ ନିର୍ଣ୍ଣୟ ନେବାର ଶକ୍ତିକୁ ସାରା ବିଶ୍ୱ ଦେଖିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଲ ସଂସଦ ଓ ବିଧାନସଭାରେ ରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ୱୟନ ଉପରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଲୋକପାତ କରିଛନ୍ତି । ୨୦୨୩ ମସିହାରେ ୧୨୮ତମ ସମ୍ବିଧାନ ସଂଶୋଧନ ଭାରତ ଇତିହାସର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ଆମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ l ଲୋକସଭା ଏବଂ ରାଜ୍ୟ ବିଧାନସଭା ଗୁଡିକରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ କେବଳ ମହିଳା ପ୍ରତିନିଧି ବୃଦ୍ଧିରେ ସୀମିତ ନୁହେଁ ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂ ପ୍ରଭାବଶାଳୀ କରିବା ଦିଗରେ ଏକ ଦୃଢ଼ ପ୍ରୟାସ । ୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ୱୟନ ନିର୍ଣ୍ଣୟ ପ୍ରକ୍ରିୟାରୁ ଦୂରରେ ଥିବା ଜନସଂଖ୍ୟାର ୫୦ ପ୍ରତିଶତ ମହିଳାଙ୍କୁ ନୀତିର ହିତାଧିକାରୀରୁ ନୀତିର ନିର୍ମାତା ହେବାର ପଥ ପ୍ରଶସ୍ତ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ସଂସଦରେ ଚଳିତ ମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନ ଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନଗୁଡ଼ିକୁ ଉତ୍ସବ ରୂପରେ ପାଳନ କରିବାକୁ ଉପ-ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି l ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ ମାଧ୍ୟମରେ ଏହି ଅଧିନିୟମକୁ ସମର୍ଥନ କରିବା ସହିତ ରାଲି, ଶୋଭାଯାତ୍ରା ଓ ସାଧାରଣ ସଭା ମାଧ୍ୟମରେ ଏହି ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି l

Comments are closed, but trackbacks and pingbacks are open.