ଲ୍ୟାଣ୍ଡ ମାଇନ ବିସ୍ଫୋରଣ ରେ ଦୁଇ ଯବାନ ମୃତ

24

ଶନିବାର ଦିନ ଶ୍ରୀନଗର ଠାରେ ବିସ୍ଫୋରଣ ଘଟି ଦୁଇ ଜଣ ଯବାନ ସହିଦ ହେବା ସହିତ ୩ ଜଣ ଆହତ ହୋଇଛନ୍ତି I ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟ ନୌସେରା ସୁଂଦରବାଣୀ ସେକଟର ରେ ଯବାନ ମାନେ ପେଟ୍ରୋଲିଂ ଚାଲିଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଥିଲା I ଘଟଣାରୁ ଯାହା ଜଣାପଡିଛି ,ଅନୁପ୍ରବେଶ ରୋକିବା ପାଇଁ ସେନା ତରଫରୁ ଏହି ଲ୍ୟାଣ୍ଡ ମାଇନ ପୋତାଯାଇଥିଲା I କିନ୍ତୁ ଦୁର୍ଭାଗ୍ୟବଶତଃ ନିଜେ ଏହାର ଶିକାର ହୋଇଥିବା ଜଣାପଡିଛି I ତେବେ ଆତଙ୍କବାଦୀ ଦମନ ଅଭିଯାନ ଚଳାଇଥିବା ସେନାବାହିନୀ ଗତ ଏକ ସପ୍ତାହ ମଧ୍ୟରେ ଦୁଇ ଜଣ ସେନା ଅଧିକାରୀ ଙ୍କ ସହିତ ୯ ଜଣ ଯବାନଙ୍କୁ ହରାଇଥିବା ଜଣାପଡିଛି I

Leave A Reply

Your email address will not be published.